କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତଙ୍କୁ ଟାଇମ୍ସ ପାୱାର ୱିମେନ୍ ଓଡ଼ିଶା-୨୦୨୩’ ସମ୍ମାନ ପ୍ରଦାନ

ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଅନୁଷ୍ଠାନ ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍’ ପକ୍ଷରୁ ଗତକାଲି ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଉନ୍ନୟନ କମିଶନର ଅନୁ ଗର୍ଗ ଓ ଶିକ୍ଷାବିତ୍ ଓଁକାର ନାଥ ମହାନ୍ତି ଯୋଗ ଦେଇଥିଲେ

ଭୁବନେଶ୍ୱର (କେନ୍ୟୁଜ୍‌) : ବିବିଧ କ୍ଷେତ୍ରରେ ସମାଜ ପ୍ରତି ତଥା ମହିଳାମାନଙ୍କର ଉନ୍ନତି ପ୍ରତି ନିଜର ଅବଦାନ ରଖୁଥିବା ମହିଳାମାନଙ୍କୁ ‘ଟାଇମ୍ସ ପାୱାର ୱିମେନ୍ ଓଡ଼ିଶା-୨୦୨୩’ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଅନୁଷ୍ଠାନ ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍’ ପକ୍ଷରୁ ଗତକାଲି ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଉନ୍ନୟନ କମିଶନର ଅନୁ ଗର୍ଗ ଓ ଶିକ୍ଷାବିତ୍ ଓଁକାର ନାଥ ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ପରମ୍ପରା ପ୍ରତି ଉତ୍ସର୍ଗୀତ ହୋଇ ନିରନ୍ତର କାର୍ଯ୍ୟ କରୁଥିବା ବିଶିଷ୍ଟ ସାହିତ୍ୟିକା, ସ୍ତମ୍ଭକାର, ଚଳଚ୍ଚିତ୍ର ପ୍ରଯୋଜିକା ତଥା ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତଙ୍କୁ ‘‘Eminent Coloumnist & Designer enriching Odia Language and Culture’ ନିମନ୍ତେ ‘ଟାଇମ୍ସ ପାୱାର ୱିମେନ୍ ଓଡ଼ିଶା-୨୦୨୩ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜଣେ ସୁସାହିତ୍ୟିକା ଭାବରେ ଭାରତୀୟ ସାହିତ୍ୟ ଜଗତରେ ବେଶ୍ ସୁପରିଚିତ ଡ. ସାମନ୍ତଙ୍କ ରଚିତ ଅନେକ ଗଳ୍ପ, ଉପନ୍ୟାସ ଓ ସ୍ତମ୍ଭରଚନା ବେଶ୍ ପାଠକୀୟ ପ୍ରଶଂସା ଲାଭ କରି ଆସିଛି । ସେହିଭଳି ଡ. ଇତି ସାମନ୍ତଙ୍କ ପ୍ରଯୋଜିତ ଦୁଇଟି ଚଳଚ୍ଚିତ୍ର ‘କଥାନ୍ତର’ ଓ ‘କ୍ରାନ୍ତିଧାରା’ ଦେଶବିଦେଶରେ ଉଚ୍ଚ ପ୍ରଶଂସିତ ହୋଇ ଜାତୀୟ ଓ ରାଜ୍ୟ ପୁରସ୍କାର ଲାଭ କରିଛି । ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଇ ଆସୁଥିବା ଲୋକପ୍ରିୟ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ଓ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ସେ ସମ୍ପାଦିକା । ଏଥିସହ ଓଡ଼ିଶାର ଅନନ୍ୟ ଫେବ୍ରିକ୍ ବ୍ରାଣ୍ଡ୍ ‘ଶେଫାଳି’ର ସେ ମୁଖ୍ୟ । ଓଡ଼ିଶାର ହସ୍ତତନ୍ତ ପରିଧାନର ବୈଶ୍ୱିକ ପ୍ରସାର ଦିଗରେ ‘ଶେଫାଳି’ କାର୍ଯ୍ୟ କରୁଛି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.