ଆସେସ ସିରିଜ ମ୍ୟାଚ ଚାଲିଥିବା ବେଳେ ଲର୍ଡସ ଗ୍ରାଉଣ୍ଡରେ ହଙ୍ଗାମା କଲେ ପ୍ରଦର୍ଶନକାରୀ, ବେୟାରଷ୍ଟୋ ଟେକି ନେଇ ପଡିଆ ବାହାରେ ଛାଡି ଆସିଲେ : ଦେଖନ୍ତୁ ଭିଡିଓ

ଆସେଜ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆରମ୍ଭ ହେବା ପରେ ଜଷ୍ଟଷ୍ଟପ୍ ଅଏଲକୁ ବିରୋଧ କରି ପ୍ରଦର୍ଶନକାରୀ ମ୍ୟାଚ ମଝିରେ ପଶି ପିଚକୁ ଖରାପ କରିବାକୁ ଚେଷ୍ଟା କରିଥିଲେ । ପ୍ରଦର୍ଶନକାରୀଙ୍କୁ ମଇଦାନରେ ଦେଖି ଇଂଲଣ୍ଡ ୱିକେଟକିପର ଜନି ବେୟାରଷ୍ଟୋ ନିଜେ ସେମାନଙ୍କୁ ଉଠାଇ ବାଉଣ୍ଡ୍ରୀ ଲାଇନ ବାହାରେ ଛାଡି ଆସିଥିଲେ ।

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଲର୍ଡସ ଗ୍ରାଉଣ୍ଡରରେ ଖେଳା ଯାଉଛି । ଏହି ମ୍ୟାଚ ଆରମ୍ଭ ହେବାର କିଛି ସମୟରେ ପରେ ଷ୍ଟାଡିୟମରେ ହଙ୍ଗାମା ଦେଖିବାକୁ ମିଳିଛି । ମ୍ୟାଚ୍ ଆରମ୍ଭ ହେବା ପରେ ଜଷ୍ଟଷ୍ଟପ୍ ଅଏଲକୁ ବିରୋଧ କରି ପ୍ରଦର୍ଶନକାରୀ ମ୍ୟାଚ ମଝିରେ ପଶି ପିଚକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ଯେଉଁଥିପାଇଁ କିଛି ସମୟ ଖେଳ ବନ୍ଦ ହୋଇଯାଇଥିଲା । ପ୍ରଦର୍ଶନକାରୀଙ୍କୁ ମଇଦାନରେ ଦେଖି ଇଂଲଣ୍ଡ ୱିକେଟକିପର ଜନି ବେୟାରଷ୍ଟୋ ନିଜେ ସେମାନଙ୍କୁ ଉଠାଇ ବାଉଣ୍ଡ୍ରୀ ଲାଇନ ବାହାରେ ଛାଡି ଆସିଥିଲେ ।

ଆସେଜ ଟେଷ୍ଟର ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ତେବେ ଅଷ୍ଟ୍ରେଲିଆ ବ୍ୟାଟିଂର ଦ୍ୱିତୀୟ ଓଭର ସମୟରେ ଦୁଇ ଜଣ ପ୍ରଦର୍ଶନକାରୀ ହଠାତ ପଡିଆ ଭିତରକୁ ପଶି ଆସିଥିଲେ । ହାତରେ ଅରେଞ୍ଜ ପାଉଡର ଭଳି କିଛି ଜିନିଷ ଧରି ସେମାନେ ପିଚକୁ ଖରାପ କରିବା ଉଦ୍ଦେଶ୍ୟରେ ପସିଥିଲେ । କିନ୍ତୁ ପିଚରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣକୁ ଧରି ପକାଇଥିଲେ ଇଂଲଣ୍ଡର ଷ୍ଟାର ପ୍ଲେୟର ଜନି ବେୟାରଷ୍ଟୋ । ଏହି ପ୍ରଦର୍ଶନକାରୀଙ୍କୁ ଉଠାଇ ନେଇ ସେ ସିଧା ବାଉଣ୍ଡ୍ରୀ ବାହାରେ ଛାଡି ଦେଇ ଆସିଛନ୍ତି । ଅନ୍ୟଜଣକୁ ଖେଳାଳି ଏବଂ ସୁରକ୍ଷାକର୍ମୀ ରୋକିଛନ୍ତି ।

ଏହାର ଭିଡିଓକୁ ଭାରତୀୟ ସ୍ପିନର ଆର ଅଶ୍ବିନୀ ସେୟାର କରିଛନ୍ତି । ଫ୍ୟାନ୍ସ ଏହି ଭିଡିଓ ଦେଖି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ସୂଚନାଯୋଗ୍ୟ, ଆସେସ ସିରିଜର ପ୍ରଥମ ମ୍ୟାଚ୍ ବର୍ମିଂହାମରେ ଖେଳା ଯାଇଥିଲା । ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୨ ୱିକେଟରେ ଜିତି ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.