ରେଷ୍ଟୁରାଣ୍ଟରେ ମିଳିଲା ନୁଡଲ୍ସ ସହିତ କୁମ୍ଭୀର ଗୋଡ, ଯାହାକୁ ନେଇ ଏବେ ଚର୍ଚ୍ଚା

ଗଡଜିଲା ରାମେନ୍ ନୁଡଲ୍ସ । ନୁଡଲ୍ସରେ ମସଲା ସହିତ କୁମ୍ଭୀର ଗୋଡ । ଏହି ଗଡଜିଲା ରାମେନକୁ ୪୦ ପ୍ରକାର ମସଲା ଦିଆଯାଇ ପ୍ରସ୍ତୁତ କରାଯାଏ । ଏହି ଖାଦ୍ୟର ଗୋଟେ ଗିନାର ଦାମ୍‌ ୪ ହଜାର ଟଙ୍କା ।

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ମିଳିଥାଏ । କେଉଁଠି ଭଲ ଖାଇବା ତ ଆଉ କେଉଁଠି ଖରାପ ଖାଇବା । ଆଉ ବେଳେ ବେଳେ ଏମିତି ଅଜବ ଖାଇବା ଖାଇବାକୁ ମିଳିଥାଏ ଯେ, ଯାହାକୁ ଦେଖିଲେ ମଧ୍ୟ ବାନ୍ତି ଲାଗିଥାଏ । ଏମିତି ଏକ ଖାଦ୍ୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବତୀଙ୍କୁ ନୁଡୁଲ୍ସ ଖାଇବାକୁ ଦିଆଯାଇଛି । ଆଉ ସେ ନୁଡୁଲ୍ସରେ ଯାହା ଖାଉଛନ୍ତି ତାହା ଦେଖିଲେ ଆପଣ ଚମକି ପଡିବା ସହ ବାନ୍ତି ବି କରିଦେବେ ।

ଏହି ଭିଡିଓଟି ତାଇୱାନର ବୋଲି ଜଣାପଡିଛି । ସେ ରେଷ୍ଟୁରାଣ୍ଟରେ ନୁଡଲ୍ସ ଖାଇବାକୁ ଅର୍ଡର ଦେଇଛନ୍ତି । ଯୁବତୀ ଜଣକ ଗଡଜିଲା ରାମେନ୍ ନୁଡଲ୍ସ ଅର୍ଡର ଦେଇଛନ୍ତି । ଏହି ଖାଦ୍ୟର ଗୋଟେ ଗିନାର ଦାମ୍‌ ୪ ହଜାର ଟଙ୍କା । ସବୁଠାରୁ ଆଶ୍‌ଚର୍ଯ୍ୟକର କଥା ଯେ, ନୁଡଲ୍ସରେ ମସଲା ସହିତ କୁମ୍ଭୀର ଗୋଡ ମଧ୍ୟ ସାମିଲ କରାଯାଇଥାଏ । ଏହି ଗଡଜିଲା ରାମେନକୁ ୪୦ ପ୍ରକାର ମସଲା ଦିଆଯାଇ ପ୍ରସ୍ତୁତ କରାଯାଏ । ଏଥିରେ କୁମ୍ଭୀରର ଆଗ ଗୋଡକୁ ବାମ୍ଫରେ ସିଝାଇ ମସଲା ଦିଆଯାଇ ପ୍ରସ୍ତୁତ କରାଯାଏ ।

କୁହାଯାଉଛି ଏହି ରେଷ୍ଟୁରାଣ୍ଟର ମାଲିକ ଥାଇଲାଣ୍ଡ ବୁଲି ଯାଇଥିଲେ । ସେଠାରେ ସେ କୁମ୍ଭୀର ସୁପ୍ କିପରି ପ୍ରସ୍ତୁତ କରାଯାଏ ତାହା ଶିଖିଥିଲେ । ଏହାପରେ ସେ ତାଇୱାନ ଫେରି ତାହା ନିଜେ ପରୀକ୍ଷଣ କରିଥିଲେ । ଏହା ପୂର୍ବରୁ ସେ ବେଙ୍ଗର ରେମନ ନୁଡୁଲ୍ସ ପ୍ରସ୍ତୁତ କରିଥିଲେ । ଏହାକୁ ନେଇ ସେତେବେଳେ ଭାରି ଚର୍ଚ୍ଚା ହୋଇଥିଲା ।

ତେବେ ଏହି ଖାଦ୍ୟର ଭିଡିଓ ଭାଇରଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । କେମିତି କୁମ୍ଭୀର ଗୋଡକୁ ଯୁବତୀ ଜଣକ ଖୁସି ହୋଇ ଖାଉଛନ୍ତି, ତାହା ଦେଖିବାକୁ ମିଳିଛି ।

https://fb.watch/lt3WSKF570/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.