ଝିଅକୁ ତଣ୍ଟି ଚିପି ମାରିଲା ବାପା, ପ୍ରେମିକାର ମୃତ୍ୟୁ ଖବର ଶୁଣିବା ପରେ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲା ପ୍ରେମିକ

କର୍ଣ୍ଣାଟକରେ ଜଣେ ବାପା ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି। ଅଭିଯୁକ୍ତ ବାପା ଝିଅର ପ୍ରେମ ସମ୍ପର୍କକୁ ନେଇ କ୍ରୋଧିତ ଥିଲା। ସେପଟେ ପ୍ରେମିକାର ମୃତ୍ୟୁ ଖବର ଶୁଣିବା ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛି ପ୍ରେମିକ।

କର୍ଣ୍ଣାଟକରେ ଜଣେ ବାପା ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି। ଅଭିଯୁକ୍ତ ବାପା ଝିଅର ପ୍ରେମ ସମ୍ପର୍କକୁ ନେଇ କ୍ରୋଧିତ ଥିଲା। ସେପଟେ ପ୍ରେମିକାର ମୃତ୍ୟୁ ଖବର ଶୁଣିବା ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛି ପ୍ରେମିକ। ଅଭିଯୁକ୍ତ ହେଲେ, କୋଲାର ଗୋଲ୍ଡ ଫିଲ୍ଡସ୍ (କେଜିଏଫ୍) ବଙ୍ଗାରପେଟର ବାସିନ୍ଦା କୃଷ୍ଣମୂର୍ତ୍ତି। ସେ କିଛି ଦିନ ହେବ ନିଜ ଝିଅ ଉପରେ କ୍ରୋଧିତ ଥିଲେ।

ସୂଚନା ମୁତାବକ, କୃଷ୍ଣମୂର୍ତ୍ତିଙ୍କ ୨୦ ବର୍ଷୀୟା ଝିଅ ୨୪ ବର୍ଷୀୟ ଗଙ୍ଗାଧରଙ୍କୁ ବିବାହ କରିବାକୁ ଚାହୁଁଥିଲା। ଗଙ୍ଗାଧର ଅନ୍ୟ ଜାତିର ଥିଲେ, ତେଣୁ ଝିଅର ବାପାଙ୍କୁ ଏଥିରେ ସମସ୍ୟା ରହିଥିଲା।

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, କୃଷ୍ଣମୂର୍ତ୍ତି ମଙ୍ଗଳବାର ସକାଳେ ନିଜ ଝିଅ ସହିତ କଥାବାର୍ତ୍ତା କରି ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବାପା ଓ ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବଢ଼ିବାରୁ କୃଷ୍ଣମୂର୍ତ୍ତି ଅତ୍ୟନ୍ତ ରାଗିଯାଇ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ମାମଲାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଫ୍ୟାନ୍‌ରେ ଟାଙ୍ଗି ଦେଇଥିଲେ।

ଘଟଣା ପରେ ପୋଲିସ ପହଞ୍ଚି ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା। ଯେତେବେଳେ ପୋଲିସ କୃଷ୍ଣମୂର୍ତ୍ତିଙ୍କୁ ପଚରାଉଚରା ଆରମ୍ଭ କରିଥିଲା, ସେ ନିଜ ଅପରାଧ ସ୍ୱୀକାର କରିଥିଲେ। ସେପଟେ ପୋଲିସର କହିବା ହେଲା, ଗଙ୍ଗାଧର ରାଜମିସ୍ତ୍ରୀ କାମ କରୁଥିଲେ। ସେ ନିଜ ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ। ଏହାପରେ ଘର ପାଖ ରେଳ ଷ୍ଟେସନ ଯାଇ ସେଠାରେ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ଘଟିଥିଲା। ପୋଲିସ ଏହି ମାମଲାରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.