EDରେ ପୁଣି ଥରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ, ପୂର୍ବରୁ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ହୋଇଥିଲା ପଚରାଉଚରା

ଭୁବନେଶ୍ବର(କେନ୍ୟୁଜ୍): EDରେ ପୁଣି ଥରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଜର ହେବାକୁ ନୋଟିସ୍ କରିଥିଲା ED। ଟାଟା ମୋଟର୍ସର ଜାଲ୍ ନିଯୁକ୍ତି ଘଟଣାରେ ଚାକିରି ଠକେଇ ନେଇ ହାଜର ହେବାକୁ ପୂର୍ବରୁ ୨ ଥର ନୋଟିସ୍ କରିଥିଲା ED । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଦୀପ EDରେ ହାଜର ହୋଇନଥିଲେ।
ଟାଟା ମୋଟର୍ସର ଜାଲ୍ ନିଯୁକ୍ତି ଘଟଣାରେ ଆର୍ଥିକ କାରବାର ନେଇ ପୂର୍ବରୁ ଅଭୟ ଓ ଆକାଶ ପାଠକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ପଚରାଉଚରା କରାଯାଇଥିଲା