ଶୀତଦିନରେ ଏମିତି ବ୍ୟବହାର କରନ୍ତୁ ରସୁଣ, ମୁଣ୍ଡରେ କେବେ ବି ହେବନି ରୁପି

ସ୍ୱାସ୍ଥ୍ୟ ପାଇଁ ରସୁଣ ଖୁବ୍‌ ଲାଭଦାୟକ ହୋଇଥାଏ। ରସୁଣରେ ଅନେକ ପ୍ରକାରର ଆୟୁର୍ବେଦିକ ଗୁଣ ରହିଛି। ଏହା ଶରୀର ସହ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ଔଷଧ ଭଳି କାମ କରେ। ଶୀତଦିନେ ଚୁଟିରେ ରୁପି ସମସ୍ୟା ପ୍ରାୟତଃ ଅଧିକାଂଶ ଲୋକଙ୍କ ଠାରେ ଦେଖାଦିଏ। ଏଥିରୁ ମୁକ୍ତି ପାଇବାକୁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। କିନ୍ତୁ ଜାଣି ଖୁସି ହେବେ ଯେ ରୁପି ସମସ୍ୟାରୁ ମୁକ୍ତି ପାଇଁ ବି ଆପଣ ରସୁଣ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କେମିତି…

ରସୁଣ ଓ ମହୁ:

୫-୬ କୋଲା ରସୁଣରେ ମହୁ ମିଶାଇ ଏକ ବହଳିଆ ପେଷ୍ଟ ବନାନ୍ତୁ। ଏହାକୁ ଚୁଟି ମୂଳରେ ଭଲ ଭାବେ ଲଗାଇ ଦିଅନ୍ତୁ। ୨୦ରୁ ୩୦ ମିନିଟ୍‌ ରଖନ୍ତୁ। ଶୁଖିଯିବା ପରେ ସାମ୍ପୁରେ ସଫା କରି ଦିଅନ୍ତୁ।

ରସୁଣ ଓ ଅଲିଭ୍‌ ଅଏଲ:

୭-୮ କୋଲା ରସୁଣକୁ ବାଟି ଦିଅନ୍ତୁ। ସେଥିରେ ଅଳ୍ପ ଅଲିଭ୍‌ ଅଏଲ ମିଶାନ୍ତୁ। ଏହାକୁ ହାଲ୍‌କା ଗରମ କରି ଦିଅନ୍ତୁ। ଉଷୁମ ଥିବା ଅବସ୍ଥାରେ ହିଁ ମୁଣ୍ଡରେ ମାଲିସ କରନ୍ତୁ। ଘଣ୍ଟାଏ ପାଇଁ ରଖି ସାମ୍ପୁରେ ମୁଣ୍ଡ ସଫା କରି ଦିଅନ୍ତୁ।

ରସୁଣ ଓ ଜଡ଼ା ତେଲ:

୬-୭ କୋଲା ରସୁଣକୁ ବାଟି ରସ ବାହାର କରି ଦିଅନ୍ତୁ। ସେଥିରେ ୨-୩ ଚାମଚ ଜଡ଼ା ତେଲ ମିଶାନ୍ତୁ। ଏହାକୁ ମୁଣ୍ଡରେ ଲଗାନ୍ତୁ। ୩୦ ମିନିଟ୍‌ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ ଚୁଟିରୁ ରୁପି ସଫା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.