ଛତିଆରୁ କୋଲକତାକୁ କଇଁଛ ଚୋରା ଚାଲାଣ ସମୟରେ ଚଢ଼ଉ: ୪୩କଇଁଛ ଉଦ୍ଧାର, ବେପାରୀ ଗିରଫ

ଯାଜପୁର (କେନ୍ଯୁଜ):  ଦୀର୍ଘ ଦିନ ହେବ ବେଆଇନ ମଧୁର ଜଳ କଇଁଛ କାରବାରର ରାକେଟକୁ କାବୁ କରିଛି ଯାଜପୁର ଜିଲ୍ଲା ବୈରୀ ପୋଲିସ। ଗତକାଲି ରାତିରେ ୪୩ଟି କଇଁଛ ମୁଳିଝର ଅଞ୍ଚଳରୁ ପୋଲିସ ଜବତ କରିବା ପରେ ଏହି ଘଟଣାର ପର୍ଦାଫାସ ହୋଇଛି। ଏହି କାରବାର ପଛରେ ଅନ୍ତରାଜ୍ୟ ରାକେଟ ରହିଥିବା ସୂଚନା ମିଳିଥିବା ବେଳେ କୋଲକତାର ଜଣେ ବେପାରିକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି।

ସୂଚନା ମୁତାବକଳ, ଚୋରା କଇଁଛ ଚାଲାଣ ହେଉଥିବା ଖବର ପାଇ ଗତକାଲି ରାତିରେ ବୈରୀ ଥାନା ସୋଲର ପଞ୍ଚାୟତର ମୂଳିଝର ମୁଣ୍ଡା ସାହିରେ ପୋଲିସ ଚଢ଼ାଉ କରିଥିଲା। ସେଠାରେ ଶୁକଦେଵ ମଣ୍ଡଳଙ୍କ ଘରୁ ୪୩ଟି କଇଁଛ ଚାଲାଣ ହେବାକୁ ପ୍ରସ୍ତୁତ ହୋଇ ରହିଥିଲା। ଏଗୁଡିକର ଆନୁମାନିକ ଓଜନ ୫୦କେଜିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି। ତେବେ ଘଟଣାସ୍ଥଳରୁ ମୁଖ୍ୟ ବେପାରୀ ଶୁକଦେଵ ମଣ୍ଡଳ ଫେରାର ହୋଇଯାଇଥିଲା। ଏହି ସମୟରେ ବେଆଇନ ଚାଲାଣକାରୀ କୋଲକତା ସୁନାବଣିଆ ଅଞ୍ଚଳର ଅଜୟ କୁମାର ମଲିକଙ୍କୁ ପୁଲିସ ଗିରଫ କରିଛି। ଖବର ପାଇ ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀ ପହଞ୍ଚି କଇଁଛ ଗୁଡିକୁ ଜବତ କରିଥିଲେ। ତେବେ ଦୀର୍ଘ ବର୍ଷ ହେଲା ଅବାଧରେ ଏହି ବେଆଇନ କାରବାର ଚାଲୁଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.