ତୁହାକୁ ତୁହା ବର୍ଷା ଯୋଗୁ ତାମିଲନାଡ଼ୁ ଉବୁଟୁବୁ, ୯ ଜିଲ୍ଲାରେ ସ୍କୁଲ-କଲେଜ ବନ୍ଦ
ସପ୍ତାହେ ହେଲାଣି ତାମିଲନାଡ଼ୁରେ କାଚୁଛି ବର୍ଷା। ଫଳରେ ରାଜ୍ୟର ସମସ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ତାମିଲନାଡ଼ୁରେ ତୁହାକୁ ତୁହା ବର୍ଷା ହେବା ଯୋଗୁ ପୁଣି ବିପଦ ଲେଉଟିଛି। ବର୍ଷା ପ୍ରଭାବରେ ପୁଣି ଉବୁଟୁବୁ ହୋଇଛି ଚେନ୍ନାଇ । ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଚେନ୍ନାଇ ସମେତ ତାମିଲନାଡ଼ୁର ୯ ଟି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ରହିବ । ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି IMD।
Tamil Nadu: Heavy rains in Trichy flooded houses, roads; people were rescued in boats (28.11)
Due to incessant rains, holiday has been announced in schools, colleges of about 11 districts for today (Nov 29) pic.twitter.com/BsaIHApcbv
— ANI (@ANI) November 28, 2021
ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫.୩୦ ମଧ୍ୟରେ ଚେନ୍ନାଇରେ ୬.୫ ମିଲି ମିଟର ବର୍ଷା ହୋଇଛି। ସେହିପରି କନ୍ୟା କୁମାରୀରେ ୪ ମିଲି ମିଟର, ନାଗାପାଟନାମ୍ରେ ୧୭ ମିଲି ମିଟର, ଥୁଟ୍ଟୁକୁଡ଼ିରେ ୦.୫ ମିଲି ମିଟର ଓ କୋଡ଼ାଇକେନାଇ ଠାରେ ୧୫ ମିଲି ମିଟର ବର୍ଷା ହୋଇଛି।
#WATCH | Tamil Nadu: Rain lashes parts of Chennai, waterlogging at several places
Visuals from Ashok Nagar area pic.twitter.com/E6HTHkNsRY
— ANI (@ANI) November 29, 2021
ପ୍ରକାଶ ଯେ ଦୁଇ ଦିନ ପୂର୍ବରୁ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିଲା । ୨୨ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ମୌସୁମୀ ଫେରିବା ପରେ ତାମିଲନାଡ଼ୁ ଉପରେ ବଡ଼ ବର୍ଷା ବିପଦ ପଡ଼ିଛି । ଘନଘନ ଲଘୁଚାପ ଓ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଅକ୍ଟୋବରରୁ ଏ ପର୍ଯ୍ୟନ୍ତ ବର୍ଷା ଯୋଗୁଁ ତାମିଲନାଡ଼ୁରେ ୨୩ ଶହରୁ ଅଧିକ ଘର ଭାଙ୍ଗିଛି । ନଭେମ୍ବର ଦ୍ୱିତୀୟ ସପ୍ତାହରେ ଲଗାତାର ଦୁଇଟି ବଡ଼ ବର୍ଷାରେ ରାଜ୍ୟର ଦୁଇ ତୃତୀୟାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା ।