ଖଣି କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

କେନ୍ଦୁଝର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା । ଖଣି କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଖଣି ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହେଉଛି, ଏହା ଉପରେ କଡା ପଦକ୍ଷେପ ନେବାକୁ ସେ କହିଛନ୍ତି । ରତ୍ପାନୀ ଅପେକ୍ଷା ଅଧିକ ଉତ୍ପାଦନ କରାଯିବା ସହ ଖଣିଜ ସମ୍ପଦରୁ ସୁବିନିଯୋଗ କରିବାକୁ କହିଛନ୍ତି ପ୍ରଦୀପ୍ତ ନାଏକ । କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୬୪୩୩ ଜଣ ବେକାରୀ ଚାକିରି ପାଇଥିବା ସେ କହିଛନ୍ତି । ସ୍ଥାନୀୟ ଯୁବକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦିଆଯାଉ ବୋଲି ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.