Below header

ପିପିଲି ଉପନିର୍ବାଚନ: ରୁଦ୍ରଙ୍କ ମା’ ପ୍ରତିଭା ମହାରଥୀ ରଖିଲେ ପ୍ରତିକ୍ରିୟା, କହିଲେ ମୋ ପୁଅ ପ୍ରାର୍ଥୀ ହୋଇଥିବାରୁ ମୁଁ ବହୁତ ଖୁସି

ପିପିଲି(କେନ୍ୟୁଜ୍):  ପିପିଲି ଉପନିର୍ବାଚନ ପାଇଁ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା ପରେ ମା’ ପ୍ରତିଭା ମହାରଥୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପରିବାରକୁ ପ୍ରାଧାନ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରତିଭା ମହାରଥୀ । ଏହାଠାରୁ ବଡ଼ ଖୁସି ଖବର ଆଉ କିଛି ନାହିଁ । ମୋ ପୁଅ ପ୍ରାର୍ଥୀ ହୋଇଥିବାରୁ ମୁଁ ବହୁତ ଖୁସି । ପୁଅ ପାଇଁ ମୋର ଆଶୀର୍ବାଦ ରହିଛି ।

ମୁଖ୍ୟମନ୍ତ୍ରୀ ଓ ନିର୍ବାଚନମଣ୍ଡଳୀର ଭୋଟରଙ୍କ ଆଶୀର୍ବାଦ ନେଇ ପୁଅ ନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟ ଲାଭ କରିବ ବୋଲି କହିଛନ୍ତି ପ୍ରତିଭା ମହାରଥୀ । ଅନ୍ୟପଟେ ଏକ ମନ ଏକ ପ୍ରାଣରେ ବିଜେଡି ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି ଦଳ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.