ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ):  ବଦଳିଲା ପାଗର ମିଜାଜ୍‌। ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ ଡିଗ୍ରୀ ବେଗରେ ପବନ ବୋହିବ। ଗତକାଲି ଟ୍ଵିନ୍‌ସିଟିରେ ଧୂଳିଝଡ ସହ ବର୍ଷା ହୋଇଛି।

କଟକ, ନାୟଗଡ଼, ଖୋର୍ଦ୍ଧା , ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, କନ୍ଧମାଳ , କୋରାପୁଟ, ଗଜପତି ଏବଂ ଜଗତସିଂହପୁରରେ ବର୍ଷା ହୋଇଛି। କାଳବୈଶାଖୀ ଜନିତ ବର୍ଷାରୁ ଲୋକଙ୍କୁ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତିନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ତାତି ବଢିବ। ଅନେକ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ଅଧିକ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.