ମା’ଙ୍କ କଳାକୃତି ନିର୍ମାଣ କରି ଗଗନୟାନର ସଫଳତା କାମନା କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ୨ ହଜାର ଦୀପରେ ମା ଙ୍କ କଳାକୃତି ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହା ସହିତ ଗଗନଜାନର ସଫଳତା କାମନା କରିଛନ୍ତି ।

ପୁରୀ(କେନ୍ୟୁଜ୍): ଶାରଦୀୟ ଦୁର୍ଗା ପୂଜା ନିମନ୍ତେ ପ୍ରତ୍ୟେକ ପୂଜା ମଣ୍ଡପ ଏଥିପାଇଁ ଚଳଚଞ୍ଚଳ। ଧରାବତରଣ କରିଛନ୍ତି ମାଆ ଜଗଜ୍ଜନନୀ ଦୁର୍ଗା। ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଚଣ୍ଡୀପାଠ ଓ ମନ୍ତ୍ରୋଚାରଣରେ ପ୍ରକମ୍ପିତ ଚାରିଆଡ଼ । ମାଆ ଜଗଜ୍ଜନନୀ, ଦୁର୍ଗେ ଦୁର୍ଗତିନାଶିନୀ, କାତ୍ୟାୟିନୀ, ମହିଷାମର୍ଦ୍ଦିନୀଙ୍କ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି ।

ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ୨ ହଜାର ଦୀପରେ ମା ଙ୍କ କଳାକୃତି ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହା ସହିତ ଗଗନଜାନର ସଫଳତା କାମନା କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତେବେ ଭାରତର ମିଶନ ଗଗନୟାନ ସଫଳତାର ସହିତ ଲଞ୍ଚିଂ ହୋଇଥିବା ମଧ୍ୟ ଜଣାପଡିଛି ।

ତେବେ ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ କରିବା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା । ଦେବୀ ଦୁର୍ଗାଙ୍କ ମୁଖମଣ୍ଡଳକୁ ବାଲୁକା ଚିତ୍ରକଳାରେ କରାଯାଇ ଥିବାବେଳେ ଏହା ବେଶ୍ ଆକର୍ଷଣୀୟ ହୋଇଥିଲା ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି। ସଭିଏଁ ଆସି ଏହି ବାଲୁକା କଳାକୁ ମନ ପୁରେଇ ଦେଖୁଛନ୍ତି ।

କିଏ ଏହି ବାଲୁକା କଳା ପାଖରେ ସେଲ୍ଫି ନେଉଛି ତ କିଏ ପ୍ରଶଂସା କରୁଛି । ଏଭଳି ଏତେ ଗୁଡାଏ ଦୀପ ବ୍ୟବହାର ହୋଇଥିବାରୁ କଳାକୃତିଟି ଦେଖିବାକୁ ଖୁବ୍ ସୁନ୍ଦର ଲାଗୁଛି । ଏଭଳି ଏକ ଭିନ୍ନ ଚିନ୍ତାଧାରାରେ ନିଜର କଳା ପ୍ରଦର୍ଶନ କରିଥିବାରୁ ସଭିଏଁ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ସବୁ ବାଧା, ବିଘ୍ନକୁ ଅତିକ୍ରମ କରି ଇସ୍ରୋ ଆଜି ପୁଣି ଥରେ ଇତିହାସ ରଚି, ଆଜି ସକାଳେ ପ୍ରତିକୂଳ ପାଗ ସହ ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଥିବା ଗଗନୟାନ କୁ ସଫଳତାପୂର୍ବକ ପରୀକ୍ଷଣ କରିଥିବାରୁ ସଭିଏଁ ଖୁସି ବ୍ୟକ୍ତ କରିଛନ୍ତି ।