ବଜାଜ ତିଆରି କରୁଛି ସିଏନଜି ବାଇକ୍‌, ମିଳିବ ଜବରଦସ୍ତ ମାଇଲେଜ୍‌

ରିପୋର୍ଟ ଅନୁଯାୟୀ, ଯଦି ସବୁକିଛି ପ୍ଲାନ ଅପୁସାରେ ହୁଏ ତେବେ ଏହା ୬ରୁ ୧ ବର୍ଷ ମଧ୍ୟରେ ବଜାରକୁ ଆସିବ । ଏହା ପୂର୍ବରୁ ହିଁ କିଛି ପ୍ରୋଟୋଟାଇପ ୟୁନିଟ୍‌ ପ୍ରସ୍ତୁତ ହୋଇସାରିଛି । ଏହା ୧୧୦ ସିସି ବାଇକ୍‌ ହୋଇପାରେ ।

ବଜାଜ ଅଟୋ ଭାରତୀୟ ବଜାରରେ ସିଏନଜି ବାଇକର ଅପ୍ସନକୁ ଏକ୍ସପ୍ଲୋର କରୁଛି । ଏହାର ଲକ୍ଷ୍ୟ ହେଉଛି ଲୋକଙ୍କ ପାଇଁ ଭେଇକିଲର ମୂଲ୍ୟକୁ ହ୍ରାସ କରିବା ଏବଂ ପ୍ରଦୂଷଣକୁ କମ କରିବା । ମିଡିଆ ରିପୋର୍ଟ ଅନୁସାରେ ବଜାଜ ବର୍ତ୍ତମାନ ଏକ ସିଏନଜି-କମ-ପେଟ୍ରୋଲ ବାଇକରେ କାମ କରୁଛି, ଯାହାର ଇଣ୍ଟରନାଲ କୋଡେନମ ହେଉଛି ବ୍ରୁଇଜର E101 ଏବଂ ଏହା ପ୍ରାୟ ଡେଭଲପମେଣ୍ଟର ଶେଷ ପର୍ଯ୍ୟାୟରେ ରହିଛି ।

ରିପୋର୍ଟ ଅନୁଯାୟୀ, ଯଦି ସବୁକିଛି ପ୍ଲାନ ଅପୁସାରେ ହୁଏ ତେବେ ଏହା ୬ରୁ ୧ ବର୍ଷ ମଧ୍ୟରେ ବଜାରକୁ ଆସିବ । ଏହା ପୂର୍ବରୁ ହିଁ କିଛି ପ୍ରୋଟୋଟାଇପ ୟୁନିଟ୍‌ ପ୍ରସ୍ତୁତ ହୋଇସାରିଛି । ଏହା ୧୧୦ ସିସି ବାଇକ୍‌ ହୋଇପାରେ । ଅରମ୍ଭରେ ଏହା କମ୍ପାନୀର ଔରଙ୍ଗାବାଦ ଫେସିଲିଟିରେ ପ୍ରଡକ୍ସନ କରାଯିବାର ଯୋଜନା ରହିଛି ଏବଂ ପରେ ଏହାକୁ ପନ୍ତ ନଗର ଫେସିଲିଟିରେ ପ୍ରଡକ୍ସନ କରାଯିବାର ପ୍ଲାନ ହୋଇଛି ।

ଏହି CNG ବାଇକ୍ ର ନାମ କଣ ହେବ ?
ଏହି ବାଇକ୍‌ ପାଇଁ ପ୍ଲାଟିନା ବ୍ରାଣ୍ଡ ନାଁ ରଖାଯିବା ନେଇ ପ୍ଲାନ୍‌ କରାଯାଉଛି । କିନ୍ତୁ ବଜାଜ ଅଟୋର ଇଡି ରାକେଶ ଶର୍ମା ଏହା ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ସେୟାର କରିବାକୁ ମନା କରିଛନ୍ତି । ସେ କହିଛନ୍ତି ଯେ ଆମେ ନିଶ୍ଚିତ ଭାବରେ ଆମର ପୋର୍ଟଫୋଲିଓରେ ‘କ୍ଲିନ୍‌ ଫ୍ୟୁଲ’ର ଅଂଶ ବିସ୍ତାର କରିବାକୁ ଚାହୁଁଛୁ , ଯେଉଁଥିରେ ଇଭି, ଇଥାନଲ, ଏଲପିଜି ଏବଂ ସିଏନଜିର ସମସ୍ତ ସ୍ପେକ୍ଟ୍ରମ ସାମିଲ ରହିଛି ।

ଏହା ବ୍ୟତୀତ ନିକଟରେ ବଜାଜ ଅଟୋର ଏମଡି ରାଜୀବ ବଜାଜ ଚ୍ୟାନେଲକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ‘କିଏ ଜାଣିଛି, ଯଦି ସିଏନଜି ବଜାଜ ମୋଟରସାଇକେଲ ଲୋକଙ୍କ (ବାଇକ୍‌) ଚଳାଇବା ଖର୍ଚ୍ଚକୁ ଅଧା କରିପାରେ ।’ ସିଏନଜି ମୋଟରସାଇକେଲଗୁଡିକ 100-110cc ସେଗମେଣ୍ଟ ଲୋକଙ୍କ ପାଇଁ ସୁଲଭ ହୋଇପାରିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.