ମିଶନ ଗଗନୟାନର ସଫଳ ଲଞ୍ଚିଂ, କ୍ରୁ ମଡେଲ TV-D1 ର ସଫଳ ପରୀକ୍ଷଣ
ଆରମ୍ଭ ହେଲା ଭାରତର ଗଗନୟାନ ମିଶନ । ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ କ୍ରୁ ମଡେଲ TV-D1 ର ସଫଳ ଲଞ୍ଚି ହୋଇଛି । ମିଶନ ସଫଳତା ପାଇଁ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥନ ।
ଭାରତର ମିଶନ ଗଗନୟାନ ସଫଳତାର ସହିତ ଲଞ୍ଚିଂ ହୋଇଛି । ଲଞ୍ଚିଂ ସଫଳ ହେବା ପରେ ସମସ୍ତ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥନ । କ୍ରୁ ମଡ୍ୟୁଲ TV-D1 ର ଲଞ୍ଚ ସଫଳ ହୋଇଥିବା ନେଇ ଇସ୍ରୋ ମୁଖ୍ୟ ଏସ. ସୋମନାଥ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଖରାପ ମୌସୁମୀ କାରଣରୁ କ୍ରୁ ମଡ୍ୟୁଲର ଲଞ୍ଚିଂକୁ ସ୍ଥଗିତ ରଖାଯାଇଥିଲା । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।
#WATCH | Sriharikota: TV D1 test flight mission director S Sivakumar says, “This is like a never before attempt. It is like a bouquet of three experiments put together. We have now seen the characteristics of all three systems with what we wanted to test through this experiment… pic.twitter.com/q0W7NUcDeF
— ANI (@ANI) October 21, 2023
ଏହି ମିଶନ ପ୍ରଥମେ ସକାଳ ୮ଟା ସମୟରେ ହେବାର ଥିଲା କିନ୍ତୁ କିଛି କାରଣ ପାଇଁ ଏହି ମିଶନର ଲଞ୍ଚିଂ ଟାଇମ୍କୁ ବଢ଼ାଯାଇଥିଲା । ଏହାର ଲଞ୍ଚିଂ ସମୟକୁ ୮.୪୫ ମିନିଟ ରଖାଯାଇଥିଲା । କିନ୍ତୁ ଏହାର ଲଞ୍ଚିଂ କମାଣ୍ଡ ସମୟରେ ଏଥିରେ ଲଗାଯାଇଥିବା କମ୍ପ୍ୟୁଟର ରକେଟ ଏଗ୍ନିଶନ କରିବା ପାଇଁ ଅନୁମତି ଦେଇନଥିଲା । ତେଣୁ ଏହି ଲଞ୍ଚିଂକୁ ସ୍ଥଗିତ ରଖାଯାଇଥିଲା ।
ISRO successfully launches Test Flight Abort Mission for project Gaganyaan
Read @ANI Story | https://t.co/GSpAfrehOc#ISRO #Gaganyaan #Testflight pic.twitter.com/oyQBOFKdjS
— ANI Digital (@ani_digital) October 21, 2023
ମହାକାଶଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମହାକାଶରେ ସ୍ପେସ୍ ଏଜେନ୍ସି ଦ୍ୱାରା ଏକ ପରୀକ୍ଷଣ କରାଯିବ । ତିନି ଦିନିଆ ଗଗନୟାନ ଅଭିଯାନ ପାଇଁ ପୃଥିବୀ କକ୍ଷପଥରେ ୪୦୦ କିଲୋମିଟର ନିମ୍ନ କକ୍ଷପଥରେ ମଣିଷକୁ ମହାକାଶକୁ ପଠାଯିବ । ଏହି ଅଭିଯାନ ମାଧ୍ୟମରେ ମହାକାଶରେ ଯାତ୍ରାରେ ସାମିଲ ହୋଇଥିବା ମହାକାଶଚାରୀଙ୍କୁ ନିରାପଦରେ ପୃଥିବୀକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ ।