Below header

ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ, ପାଲିଙ୍କିରେ ଆସି ଜଗନ୍ନାଥ ବଲ୍ଲଭ ମଠରେ ବିଜେ ହେବେ ମହାପ୍ରଭୂ

ପୁରୀ : ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରେ ବୁଧ ମେଲଣ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ପାଲିଙ୍କିରେ ଆସି ଜଗନ୍ନାଥ ବଲ୍ଲଭ ମଠରେ ବିଜେ ହେବେ । ଘଣ୍ଟ, ଛତା, କାହାଳୀ ସହ ମହାଭୋଇ ସୌବକ ଗଉଡ଼ ଦେଇଥିବା କ୍ଷୀର ଭାର ନେଇ ଆସିବେ । ପରେ ମହାପ୍ରଭୂ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ । ଶ୍ରୀମନ୍ଦିର ରୀତି, ନୀତି ଅନୁସାରେ ଆସନ୍ତାକାଲି ନବାଙ୍କ ବେଢା ଓ ଫୁଲ ମେଲାଣ ନୀତି ମଧ୍ୟାହ୍ନ ଧୂପ ସରିବା ପରେ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.