Below header

ରାଷ୍ଟ୍ରପତି କହିଲେ ରାଇରଙ୍ଗପୁର ମାଟି ଆଜି ମୋତେ ଶୀର୍ଷ ସ୍ଥାନରେ ପହଞ୍ଚାଇଛି, ଏଠାକାର ଲୋକେ ମୋ ସୁଖ ଦୁଃଖରେ ରହିଛନ୍ତି

ରାଷ୍ଟ୍ରପତି କହିଲେ ପୂର୍ବଜନ୍ମରେ କିଛି ୠଣୀ ଥିଲି ଏ ଜନ୍ମରେ ଶୁଝାଇବାକୁ ଚେଷ୍ଟା କରୁଛି । ହେଲେ ଲାଗୁଛି ଆହୁରି ୠଣୀ ହୋଇ ଯାଉଛି ।

ନିଜ ମାଟିରେ ନିଜ ଅଞ୍ଚଳ ଲୋକଙ୍କ ଭିତରେ ଖୁବ୍‌ ଭାବବିହ୍ଵଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜୀବନୀ ବିଷୟରେ କହିଲେ ।

ବାପା ମା’ଙ୍କୁ କୃତଜ୍ଞତା ଜଣାଇଲେ । କାରଣ ସେମାନେ ନିଜେ ପାଠ ପଢ଼ି ନଥିଲେ ମଧ୍ୟ ଶିକ୍ଷାର ମହତ୍ୱ ବୁଝି ମୋତେ ପାଠ ପଢ଼ାଇ ଥିଲେ । ପୁଣି ଯେତେବେଳେ ଝିଅଙ୍କ ପାଠ ପଢ଼ାକୁ କେହି ଗୁରୁତ୍ୱ ଦେଉନଥିଲେ ସେତିକି ବେଳେ ସେମାନେ ମୋତେ ପାଠ ପଢ଼ାଇ ବଡ଼ କରିଥିଲେ । କିଭଳି ଜଣେ ଶିକ୍ଷାବିତ୍‌ରୁ କାଉନସିଲର ଏବଂ ବିଧାୟକ, ମନ୍ତ୍ରୀ ପରେ ରାଜ୍ୟପାଳ ଏବଂ ବର୍ତ୍ତମାନ ରାଷ୍ଟ୍ରପତି ହେବା ଯାଏ ନିଜର ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

RASTRAPATI-2
ନିଜ ଜନ୍ମ ମାଟି, ଏବଂ ଶାଶୁଘର ଅଞ୍ଚଳ ଛାଡ଼ି ଦିଲ୍ଲୀ ଯାଇଥିଲି ଏବଂ ରାଷ୍ଟ୍ରପତି ଭାବେ ବିଭିନ୍ନ ଦାୟିତ୍ୱରେ ବନ୍ଧା ହୋଇଗଲି । ତେଣୁ ନିଜ ମାଟିକୁ ଫେରିବାର ଖୁବ୍‌ ଇଚ୍ଛା ଥିଲେ ମଧ୍ୟ ଫେରି ପାରି ନଥିଲି । ଏବେ ସେ ସୁଯୋଗ ମିଳିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଆଜି ଓଡ଼ିଶା ଗସ୍ତରେ ଆସି ନିଜ ଜିଲ୍ଲା ମୟୁରଭଞ୍ଜରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ବାଦାମ ପାହାଡ଼ ଠାରେ ପହଞ୍ଚବା ପରେ ପାହାଡ଼ପୁର ପରେ ଯାଇଥିଲେ । ପରେ ରାଇରଙ୍ଗପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ କିଭଳି ଏ ମାଟି ସହ ସେ ଜଡ଼ିତ ସେ କଥା କହିଥିଲେ ।

ପୂର୍ବଜନ୍ମରେ କିଛି ୠଣୀ ଥିଲି ଏ ଜନ୍ମରେ ଶୁଝାଇବାକୁ ଚେଷ୍ଟା କରୁଛି । ହେଲେ ଲାଗୁଛି ଆହୁରି ୠଣୀ ହୋଇ ଯାଉଛି । ଆପଣମାନେ ମୋ ସୁଖରେ ସୁଖୀ ହୋଇଛନ୍ତି ଦୁଃଖରେ ଦୁଃଖୀ ହୋଇଛନ୍ତି । ମୋତେ ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଛି ଏ ମାଟି ଓ ଏଠାକାର ଲୋକେ । ମୋତେ ଯେଉଁ ଦାୟିତ୍ୱ ଯେତେବେଳେ ବି ଦିଆଯାଇଛି ତାକୁ ପୂର୍ଣ୍ଣ ସାମର୍ଥ୍ୟ ସହ ତୁଲାଇବାକୁ ଚେଷ୍ଟା କରିଛି ।

ସଚ୍ଚି ରାଉତରାୟଙ୍କ କବିତା ଛୋଟ ମୋର ଗାଁଟି କବିତା ଗାଇ ନିଜର ବକ୍ତବ୍ୟ ଶେଷ କରିଥିଲେ । ଯାହାକୁ ସେ ଖୁବ୍‌ ଭଲ ପାଆନ୍ତି ଏବଂ ପୁଣି ସେଠାରେ ଜନ୍ମ ନେବାକୁ ଚାହିଁବେ ବୋଲି କହିଥିଲେ । ଏଠାକାର ସମସ୍ୟା ସବୁର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ । ଆଉ ଶେଷ ଧାଡ଼ି ଥିଲା….ବନ୍ଦେ ମାତରମ, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ରାଇରଙ୍ଗପୁର ।

DRAUPADI MURMU-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.