ଜଳୁଛି ମଣିପୁର, ଇଣ୍ଟରନେଟ୍‌ ସେବା ଠପ୍‌; ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଲେ ସରକାର

ମଣିପୁରରେ ଘଟିଥିବା ହିଂସାତ୍ମକ ଘଟଣା ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ କେବଳ ଚରମ ପରିସ୍ଥିତିରେ ପ୍ରଶାସନ ଏଭଳି ପଦକ୍ଷେପ ନେବ।

ମଣିପୁରରେ ଘଟିଥିବା ହିଂସାତ୍ମକ ଘଟଣା ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ କେବଳ ଚରମ ପରିସ୍ଥିତିରେ ପ୍ରଶାସନ ଏଭଳି ପଦକ୍ଷେପ ନେବ।

ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ଏକ ଭିଡିଓ ଜାରି କରି ଶାନ୍ତି ପାଇଁ ସରକାରଙ୍କୁ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଭୁଲ ବୁଝାମଣା ହେତୁ ରାଜ୍ୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟୁଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି, ଯିଏ ଭଙ୍ଗାରୁଜା କିମ୍ବା ହିଂସା ଘଟାଇବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କହି ରଖୁଛୁ ଯେ ମଣିପୁରରେ ଆଦିବାସୀ ଏବଂ ବହୁସଂଖ୍ୟକ ମେଇତି ସମ୍ପ୍ରଦାୟ ମଧ୍ୟରେ ଅନେକ ଦିନ ଧରି ତିକ୍ତତା ସ୍ଥିତି ଲାଗିରହିଛି। ବୁଧବାର ରାତିରେ ଏହି ତିକ୍ତତା ହିଂସାତ୍ମକ ରୂପ ନେଇଥିଲା। ଏହାପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ଏବଂ ଆସାମ ରାଇଫଲ୍ସର ଅନେକ ଦଳକୁ ତୁରନ୍ତ ରାତାରାତି ନିୟୋଜିତ କରାଯାଇଥିଲା। ହିଂସା ଯୋଗୁ ୯,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଜଣେ ଅଧିକାରୀ କହିଛନ୍ତି, ପରିସ୍ଥିତିକୁ ନଜରରେ ରଖି ଅଣ-ଆଦିବାସୀ ପ୍ରାଧାନ୍ୟ ଇମ୍ଫାଲ ପଶ୍ଚିମ, କାକଚିଙ୍ଗ୍‌, ଥୋବଲ, ଜିରିବାମ ଓ ବିଷ୍ଣୁପୁର ଜିଲ୍ଲା ସହ ଆଦିବାସୀ ପ୍ରାଧାନ୍ୟ ଚୁରାଚାନ୍ଦପୁର, କାଙ୍ଗପୋକପି ଓ ତେଙ୍ଗନୌପାଲ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ସମଗ୍ର ରାଜ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।