ପୁରୀ ରଥଯାତ୍ରାରେ ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ପାଇଁ ନୂଆ ପ୍ରୟାସ, ପୋଲିସ ଭଲେଣ୍ଟିୟର ଭାବେ କାମ କରିବେ ବିଭିନ୍ନ ସାହିର ଯୁବକ

ବିଭିନ୍ନ ସାହିର ଯୁବକଙ୍କୁ ନେଇ ଆମ ସାହି, ଆମ ଯାତ୍ରା, ଆମ ସେବା ନାଁରେ 'ଯୁବ ଶକ୍ତି' ଗଠନ କରାଯାଇଛି । ପୁରୀ ଟାଉନ ଥାନା ଠାରେ ଏକ ବୈଠକକୁ ପୁରୀ ଏସ୍‌ପି ଉଦଘାଟନ କରିଛନ୍ତି । ପୁରୀର ବିଭିନ୍ନ ସାହିର ଯୁବକ ମାନଙ୍କୁ ନେଇ ଆମ ପୋଲିସ ଭଲେଣ୍ଟିୟର ଗଠନ କରାଯାଇଛି ।

ପୁରୀ(କେନ୍ୟୁଜ୍): ପୁରୀରେ ସ୍ନାନ ଯାତ୍ରା ଓ ରଥଯାତ୍ରାରେ ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଏବଂ ଭକ୍ତଙ୍କ ଦର୍ଶନ ପାଇଁ ପୁରୀ ପୋଲିସର ନୂଆ ପ୍ରୟାସ । ବିଭିନ୍ନ ସାହିର ଯୁବକଙ୍କୁ ନେଇ ଆମ ସାହି, ଆମ ଯାତ୍ରା, ଆମ ସେବା ନାଁରେ ‘ଯୁବ ଶକ୍ତି’ ଗଠନ କରାଯାଇଛି । ପୁରୀ ଟାଉନ ଥାନା ଠାରେ ଏକ ବୈଠକକୁ ପୁରୀ ଏସ୍‌ପି ଉଦଘାଟନ କରିଛନ୍ତି । ପୁରୀର ବିଭିନ୍ନ ସାହିର ଯୁବକ ମାନଙ୍କୁ ନେଇ ଆମ ପୋଲିସ ଭଲେଣ୍ଟିୟର ଗଠନ କରାଯାଇଛି ।

ସ୍ନାନ ଯାତ୍ରା ଓ ରଥଯାତ୍ରା ସମୟରେ ସେବାୟତ, ସ୍ଥାନୀୟ ବାସିନ୍ଦା ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଯାତାୟାତରେ ସହଯୋଗ କରିବେ ଆମ ପୋଲିସ ଭଲେଣ୍ଟିୟର । ଏମାନଙ୍କୁ ପୁରୀ ପୋଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଉତ୍ତମ ବ୍ୟବହାର ସହ ବିଭିନ୍ନ ସେବା ଉପରେ ସ୍ୱତନ୍ତ୍ର ଟ୍ରେନିଂ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୫୦ଜଣ ଯୁବକଙ୍କୁ ନେଇ ଆମ ପୋଲିସ ଭଲେଣ୍ଟିୟର ଗଠନ କରାଯାଇଛି । ରଥଯାତ୍ରା ଓ ସ୍ନାନ ଯାତ୍ରା ସମୟରେ ବିଭିନ୍ନ ଚେକ ପଏଣ୍ଟ ରହି ସ୍ଥାନୀୟ ବାସିନ୍ଦା ସେବାୟତ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯାତାୟାତ କରିବା ସମୟରେ ଦାୟିତ୍ୱରେ ଥିବା ପୋଲିସଙ୍କ ସହ ରହି ସହଯୋଗ କରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.