ନାଚିଲେ ଆଉ ନଚେଇଲେ ବ୍ରହ୍ମପୁର ଏସ୍ପି ଶର୍ବଣା ବିବେକ୍, ଭିଡିଓକୁ ନେଇ ଚର୍ଚ୍ଚା
ଦୁଇ ଜିଲ୍ଲାପାଳ ଅନନ୍ୟା ଦାସ ଓ ଚଞ୍ଚଲ ରଣାଙ୍କ ବାହାଘର ଡ୍ୟାନ୍ସ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆସିଛି ଜଣେ ଏସ୍ପିଙ୍କ ଡ୍ୟାନ୍ସର ଭିଡିଓ ।
ବ୍ରହ୍ମପୁର : ଏବେ ଆଇଏଏସ୍ ଓ ଆଇପିଏସ୍ମାନଙ୍କ ନାଚକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଦୁଇ ଜିଲ୍ଲାପାଳ ଅନନ୍ୟା ଦାସ ଓ ଚଞ୍ଚଲ ରଣାଙ୍କ ବାହାଘର ଡ୍ୟାନ୍ସ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆସିଛି ଜଣେ ଏସ୍ପିଙ୍କ ଡ୍ୟାନ୍ସର ଭିଡିଓ । ବ୍ରହ୍ମପୁର ଏସପି ଶର୍ବଣା ବିବେକ୍ ଏମ୍୍ଙ୍କ ଜମାଟିଆ ଡ୍ୟାନ୍ସ ।
ବ୍ରହ୍ମପୁର ପୋଲିସର ଜିଲ୍ଲା ପକ୍ଷରୁ ପ୍ରତିଷ୍ଠା ଦିବସ ପାଇଁ ଆମ୍ବପୁଆ ପୋଲିସ ରିଜର୍ଭ ପଡ଼ିଆ ଠାରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହା ସହିତ ବଡ଼ାଖାନା । ଏଥିରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ଗୀତରେ ଅନ୍ୟ ପୋଲିସ କର୍ମଚାରୀମାନଙ୍କ ସହ ଧୁମ୍ ନାଚିଥିଲେ ବ୍ରହ୍ମପୁର ଏସପି ଶର୍ବଣା ବିବେକ୍ ଏମ । ମ୍ୟୁଜିକ୍ ସହ ତାଳ ଦେଇ ସହକର୍ମୀମାନଙ୍କ ସହ ନାଚିଥିଲେ । ତାଙ୍କୁ ଦେଖଇ ନନାଚିବା ପୋଲିସ୍ କର୍ମଚାରୀମାନେ ମଧ୍ୟ ନାଚିବା ଆରମ୍ଭ କରି ଦେଇଥିବା ଦେଖା ଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତଙ୍କ ଖୁସି ବାରି ହୋଇ ପଡୁଥିଲା । ନାଚର ଭିଡିଓ ଭାଇରାଲ ହେବା ପରେ ବେଶ୍ ଚର୍ଚ୍ଚା ଚାଲିଛି ।