Below header

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିର୍ମାଣ ପାଇଁ NMAର ଅନୁମତି, ତିନି ମହଲା କୋଠା ନିର୍ମାଣ ହୋଇପାରିବ

ଶ୍ରୀମନ୍ଦିର ୨୦୦ ମିଟର ପରିଧି ଭିତରେ ରହୁଛି ନିୟନ୍ତ୍ରିତ ଅଞ୍ଚଳ । ୧୦୦ ମିଟର ହେଉଛି ନିଷିଦ୍ଧାଞ୍ଚଳ । ରାଜ୍ୟ ସଂସ୍କୃତି ବିଭାଗକୁ ଏନଓସି ଚିଠି ପଠାଇଛି ଜାତୀୟ ସ୍ମାରକୀ ପ୍ରାଧିକରଣ ।

ପୁରୀ(କେନ୍ୟୁଜ୍):ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିର୍ମାଣ ପାଇଁ ନେସନାଲ ମୋନୁମେଣ୍ଟ ଅଥରିଟି-NMAର ଅନୁମତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ-SJTA ଅଫିସ ନିର୍ମାଣ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ୨୦୦ ମିଟର ପରିଧି ଭିତରେ ରହୁଛି ନିୟନ୍ତ୍ରିତ ଅଞ୍ଚଳ । ୧୦୦ ମିଟର ହେଉଛି ନିଷିଦ୍ଧାଞ୍ଚଳ । ରାଜ୍ୟ ସଂସ୍କୃତି ବିଭାଗକୁ ଏନଓସି ଚିଠି ପଠାଇଛି ଜାତୀୟ ସ୍ମାରକୀ ପ୍ରାଧିକରଣ । ଶ୍ରୀମନ୍ଦିର ପ୍ରଶାସନିକ ତିନି ମହଲା କୋଠାକୁ ନିର୍ମାଣ ପାଇଁ ଅନୁମତି ମିଳିଥିବା ବେଳେ ସେହି କୋଠାରେ ଭକ୍ତଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ରହିବ । ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇଛି ଏନ୍‌ଏମ୍‌ଏ ।

ପୂର୍ବରୁ ଏନଏମଏକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ନେଇ ଆବେଦନ ଓ ଡିପିଆର ଦିଆଯାଇଥିଲା । ଗତ ଡିସେମ୍ବର ମାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏନ୍‌ଏମଏ ଅଧ୍ୟକ୍ଷ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ନେଇ ଶ୍ରୀମନ୍ଦିର ପ୍ରଶାସନର ଆବେଦନ ଓ ଡିପିଆର ଦିଆଯିବା ପରେ ଏନ୍‌ଏମଏ ଆଇନ ଅନୁଯାୟୀ ଅନୁମତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.