ଗାନ୍ଧୀ ଜୟନ୍ତୀରେ ରାଷ୍ଟ୍ରପତି ଭବନରେ “ଶକ୍ତି ହାଟ”ର ଲୋକାର୍ପଣ କଲେ ରାଷ୍ଟ୍ରପତି

ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଭବନର ମହିଳା ବାସିନ୍ଦାମାନଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ସ୍କିଲ୍, ଅପ୍ ସ୍କିଲ୍ କରାଇବା ପାଇଁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କ “ଶକ୍ତି ହାଟ” ଏକ କଲ୍ୟାଣକାରୀ ପଦକ୍ଷେପ ।

କେନ୍ୟୁଜ୍(ବ୍ୟୁରୋ): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନ ଠାରେ ନବୀକରଣ ହୋଇଥିବା ସିଲେଇ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର “ଶକ୍ତି ହାଟ”ର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଭବନର ମହିଳା ବାସିନ୍ଦାମାନଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ସ୍କିଲ୍, ଅପ୍ ସ୍କିଲ୍ କରାଇବା ପାଇଁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କ “ଶକ୍ତି ହାଟ” ଏକ କଲ୍ୟାଣକାରୀ ପଦକ୍ଷେପ । ନାରୀଶକ୍ତି ସଶକ୍ତିକରଣର ଏହି ମହାନ ପଦକ୍ଷେପରେ ସ୍କିଲ୍ ଇଣ୍ଡିଆ ସହଯୋଗୀ ହେବା ଖୁସିର ବିଷୟ ।

“ଶକ୍ତି ହାଟ”କୁ ଏକ ବହୁମୁଖୀ ଦକ୍ଷତା, ନବସୃଜନ ଏବଂ ଉଦ୍ୟମିତା କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ନେଇ ସ୍କିଲ୍ ଇଣ୍ଡିଆ ସହଯୋଗର ହାତ ବଢାଇବ । “ଶକ୍ତି ହାଟ”ରେ ନିର୍ମିତ ପ୍ରସ୍ତୁତ ସାମଗ୍ରୀ ଗୁଡିକ ଅମୃତ ଉଦ୍ୟାନରେ ଉପଲବ୍ଧ ହେବ। ଏହିପରି କୁଶଳୀ ପଦକ୍ଷେପ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ରୂପେ ସବଳ କରବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଟ୍ୱିଟ୍ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.