ଜୁନାଗଡ଼ ଶଙ୍କରପଲା ଗାଁରେ କିଏ ଓ କାହିଁକି ୩ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କଲା ? ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ

ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଆଜି ଘଟଣାସ୍ଥଳରେ ଖୋଳତାଡ ହୋଇଛି । କିଏ ଓ କାହିଁକି ୩ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କଲା ? ପୋଲିସ କୌଣସି ସୁରାକ ପାଇ ନାହିଁ ।

 କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡରକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଆଜି ଘଟଣାସ୍ଥଳରେ ଖୋଳତାଡ ହୋଇଛି । କିଏ ଓ କାହିଁକି ୩ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କଲା ? ପୋଲିସ କୌଣସି ସୁରାକ ପାଇ ନାହିଁ । ମୃତକମାନେ ହେଲେ ଶଙ୍କରପଲା ଗାଁର ରାଏମତି ମାଝୀ ଓ ତାଙ୍କର ଦୁଇ ବର୍ଷର ପୁଅ ଶିବଶକ୍ତି ମାଢୀ ।

ଜମିରୁ କାମ ସାରି ସନ୍ଧ୍ୟାରେ ଘରକୁ ଫେରିବା ବାଟରେ କେହି ଦୁହିଁଙ୍କୁ ଗଳାକାଟି ହତ୍ୟା କରି ଫିଙ୍ଗି ଦେଇଥିଲା । ସେହିପରି ଆଉ ଜଣେ ମୃତକ ହେଲେ ବୃଦ୍ଧ ମହେନ୍ଦ୍ର କୁମାର । ମୃତ ରାଏମତିଙ୍କର କାହା ସହ କୌଣସି ଶତ୍ରୁତା ନଥିଲା । ତେବେ ହତ୍ୟାର କାରଣ କଣ ଓ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.