କଣ୍ଟାବାଞ୍ଜି : ସସପେଣ୍ଡ କରିବେ ନାହିଁ ବୋଲି କର୍ମଚାରୀଙ୍କୁ ପ୍ରିନ୍ସିପାଲ ମାଗିଥିଲେ ୮୦ ହଜାର ଟଙ୍କା, ନେବା ବେଳେ ଧରିଲା ଭିଜିଲାନ୍ସ

କଣ୍ଟାବାଞ୍ଜି(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ୍ ମୀନତି ରଥ। ଜଣେ ବ୍ୟକ୍ତିଙ୍କ ଠାରୁ ୮୦ ହଜାର ଟଙ୍କା ନେବା ବେଳେ ଧରିଛି ସମ୍ବଲପୁର ଭିଜିଲାନ୍ସ ବିଭାଗ। ଲାଇବ୍ରେରିଆନ ଦାମୋଦର ମେହେର ନାମକ କର୍ମଚାରୀ ଛୁଟି ଦରଖାସ୍ତ ନଦେଇ କଲେଜ ଆସୁନଥିଲେ ।  କାହିଁକି କଲେଜ ଆସିନଥିଲେ ବୋଲି ପଚାରିଥିଲେ ପ୍ରିନ୍ସପାଲ୍‌ । ପରେ କାରଣ ଦର୍ଶାଅ ନୋଟିସ୍‌ ସହ ୧ ଲକ୍ଷ ଟଙ୍କା ନଦେଲେ ଚାକିରୀରୁ ବହିଷ୍କାର କରିଦେବାକୁ ଧମକ ଦେଇଥିଲେ । ଦାମୋଦର ଏହି ଖବର ଭିଜିଲାନ୍ସ ବିଭାଗକୁ ଜଣାଇବା ପରେ ଭିଜିଲାନ୍ସ ବିଭାଗ ଶ୍ରୀମତି ରଥଙ୍କୁ  ଧରିବା  ପାଇଁ ଜାଲ ବିଛାଇଥିଲେ। ଆଜି ଶ୍ରୀମତି ମୀନତି ରଥ ଦାବି ମୁତାବକ ୮୦ ହଜାର ଟଙ୍କା ନେବା ସମୟରେ ଭିଜଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।

ମୀନତିଙ୍କ ବିରୋଧରେ  ସମ୍ବଲପୁର ଭିଜିଲାନ୍ସ P.S.Case No.02  U / s 7 P.C. (ସଂଶୋଧନ) ଅଧିନିୟମ 2018 ଅନୁଯାୟୀ ପଞ୍ଜିକୃତ ହୋଇଛି ଏବଂ ଏହି ଘଟଣାର ଅନୁସନ୍ଧାନ ଚାଲିଛି। ସମ୍ପୁର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.