Below header

ଭଗବାନ ଗଣେଶଙ୍କ ଏହି ମନ୍ଦିରରେ କୁଆଁରୀ କନ୍ୟାଙ୍କୁ ମିଳେ ମନ ଚାହୁଁଥିବା ବର

କୁହାଯାଏ ଭଗବାନଙ୍କ ଆରାଧନା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଭଗବାନ ଗଣେଶ ହେଉଛନ୍ତି ବିଘ୍ନ ବିନାଶକ । ତେଣୁ ସବୁ କାମ ଆରମ୍ଭ କରିବା ପୂର୍ବରୁ ଗଣପତିଙ୍କୁ ପୂଜା କରାଯାଏ । ସେ ରିଦ୍ଧି ଓ ସିଦ୍ଧି ର ଦାତା । ଆଜି ଆପଣଙ୍କୁ ଭଗବାନ ଗଣେଶଙ୍କ ଏମତି ଏକ ମନ୍ଦିର ବିଷୟରେ କହିବୁ ଯେଉଁଠି ପୂଜା କରିବାକୁ କେବଳ କୁଆଁରୀ କନ୍ୟାଙ୍କ ଭିଡ଼ ଲାଗିଥାଏ । କୁଆଁରୀମାନେ ମନ ଚାହୁଁଥିବା ବର ପାଇବା ପାଇଁ ହେଲେ ଏଠାରେ କେବଳ ଗୋଟିଏ ବସ୍ତୁ ଚଢ଼ାଇବାକୁ ପଡ଼ିଥାଏ ।

sriganesh.JPG-
photo credit: punjabkesari.in

ଏହି ମନ୍ଦିର ରହିଛି ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାର ପୋହରୀ ତହସିଲ୍‌ରେ । ଏଠାରେ ଥିବା ଏହି ମନ୍ଦିର ପ୍ରାୟ ୨୦୦ ବର୍ଷ ପୂରୁଣା ହେବ । ସୂଚନାନୁଯାୟୀ ଏହି ମନ୍ଦିର ୧୭୩୭ ରେ ନିର୍ମାଣ କରାଯାଇଛି । ମନ୍ଦିରରେ ଥିବା ଗଣେଣଙ୍କୁ ଇଚ୍ଛା ପୂର୍ଣ୍ଣ ଗଣେଶ ଜୀ ବୋଲି କୁହାଯାଏ । ବପ୍ପା ଏଠାକୁ ମନସ୍କାମନା ନେଇ ଆସୁଥିବା ସବୁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଗଣେଶ ଜୀଙ୍କୁ ଏଠାରେ ଶ୍ରୀଜୀଙ୍କ ନାମରେ ମଧ୍ୟ ଜଣାଯାଏ ।

sriganesh.JPG-.JPG--
photo credit:punjabkesari

କୁଆଁରୀ ଯୁବତୀ ଏଠାକୁ ସେମାନଙ୍କର ମନସ୍କାମନା ପୂର୍ତ୍ତୀ ପାଇଁ ଆସିଥାନ୍ତି । ତେବେ ଏଠାରେ ବର ପାଇବାକୁ ହେଲେ କିଛି ପରମ୍ପରା ରହିଛି । କୁଆଁରୀମାନେ ଶ୍ରୀଗଣେଶଜୀଙ୍କ ଆଗରେ ଠିଆହୋଇ ମନସ୍କାମନା ବଖାଣିଥାନ୍ତି । ଏହାପରେ ଏହାକୁ ବର ରୂପରେ ପାଇବାକୁ ପ୍ରାର୍ଥନା କରିଥାନ୍ତି । ଆଜି ବି ଏଠାରେ ଯେଉଁ ବ୍ୟକ୍ତି ନଡ଼ିଆ ଥୋଇ ମନସ୍କାମନା କରିଥାନ୍ତି । ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସେଥିପାଇଁ କୁଆଁରୀମାନେ ଏଠାକୁ ଅଧିକ ସଂଖ୍ୟାରେ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.