ରିୟା ଚକ୍ରବର୍ତ୍ତୀଙ୍କୁ ସପୋର୍ଟ କଲେ ମହେଶ ଭଟ୍ଟଙ୍କ ସ୍ତ୍ରୀ, ଟ୍ଵିଟର ୟୁଜରଙ୍କୁ ଦେଲେ କଡା ଜବାବ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ନାମ ମୁଖ୍ୟ ଅଭିଯୁକ୍ତ ଭାବରେ ଜଣାଯାଉଥିଲା। ଅଭିଯୋଗ ଲାଗିବା ଠାରୁ ନେଇ ଗିରଫ ହେବା ପର୍ଯ୍ୟନ୍ତ ରିୟା ଚକ୍ରବର୍ତ୍ତୀ ବହୁତ ମାତ୍ରାରେ ଟ୍ରୋଲ୍‌ ହୋଇଥିଲେ। ଏହି ସମୟରେ ଲୋକମାନେ ତାଙ୍କୁ ବହୁ ଭଲ ଖରାପ ଶୁଣାଇଥିଲେ। ତେବେ ସେତେବେଳେ ରିୟାଙ୍କ ସପକ୍ଷରେ ତାଙ୍କର କିଛି ଫ୍ୟାନ୍ସ ସମର୍ଥନ କରିଥିଲେ। ଆଉ ଏବେ ରିୟାଙ୍କ ସମର୍ଥନରେ ମହେଶ ଭଟ୍ଟଙ୍କ ସ୍ତ୍ରୀ ସୋନୀ ରାଜଦାନ ମଧ୍ୟ ଜଣେ ୟୁଜରଙ୍କୁ କଡା ଜବାବ ଦେଇଛନ୍ତି।


ଜଣେ ଟ୍ଵିଟର ୟୁଜରଙ୍କୁ ଦେଇଛନ୍ତି କଡା ଜବାବ। ଉକ୍ତ ଟ୍ଵିଟର ୟୁଜର ଲେଖିଥିଲେ ଯେ ରିୟା ଏବେ ବଲିଉଡରେ ନିଜ କ୍ୟାରିୟର ହଜାଇ ଦେଇଛନ୍ତି। ତେବେ ଏହାର ଜବାବରେ ସୋନୀ ରାଜଦାନ ଲେଖିଛନ୍ତି ଯେ ‘ରିୟାଙ୍କ ଜେଲ ଯିବା ସେହି ଲୋକଙ୍କର ପୋଲ ଖୋଲୁଛି ଯେଉଁମାନେ ସେଠାକୁ ତାଙ୍କୁ ପଠାଇଥିଲେ ଏବଂ ଏହି କାରଣରୁ ଏହା ଜଣାପଡିଯାଉଛି ଯେ ରିୟା ସେମାନଙ୍କର ଶିକାର ହୋଇଥିଲେ। ଲୋକ କାହିଁକି ତାଙ୍କ ସହିତ କାମ କରିବେନାହି। ମୋତେ ଲାଗୁଛି ଯେ ସେ ବହୁତ ଭଲ କରିବେ। ମୁଁ ଏୟା ହିଁ ଆଶା କରୁଛି।

riyaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ରିୟାଙ୍କ ଉପରେ ମନି ଲଣ୍ଡ୍ରିଂ ଏବଂ ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ଭଳି ଗମ୍ଭୀର ଆରୋପ ଲଗାଇଥିଲେ। ଯାହାପରେ ଇଡି, ଏନସିବି ଏବଂ ସିବିଆଇ ଭଳି ଦେଶର ବଡ ବଡ ଏଜେନ୍ସୀ ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଡ୍ରଗ୍ସ ମାମଲାରେ ରିୟାଙ୍କୁ ଗିରଫ କରାଯାଇଛି ଏବଂ ମାସ ସାରା ଜେଲରେ ସମୟ କାଟିବା ପରେ କୋର୍ଟ ଆକ୍ଟ୍ରେସଙ୍କୁ ଜାମିନରେ ମୁକୁଳାଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.