Below header

ସରକାର ଦେଉଛନ୍ତି ୫ କୋଟି ଟଙ୍କା ଜିତିବାର ମଉକା ! ଦେବାକୁ ହେବ ବେଆଇନ ବିଦେଶୀ ଧନ ଓ ବେନାମୀ ସମ୍ପତ୍ତିର ସୂଚନା

ଯଦି ଆପଣଙ୍କ ପାଖରେ କୌଣସି ବ୍ୟକ୍ତି ଅଥବା କମ୍ପାନୀର ବିଦେଶରେ ଗଚ୍ଛିତ ବେଆଇନ ଧନ, ବେନାମୀ ସମ୍ପତ୍ତି କିମ୍ବା କର ଫାଙ୍କିବା ବିଷୟରେ ତଥ୍ୟ ଅଛି, ତା’ହେଲେ ଏହାର ସୂଚନା ଆପଣ ସରକାରଙ୍କ ପାଖରେ ପହଞ୍ଚାଇ ପାରିବେ। ଆୟକର ବିଭାଗ ଏଥିପାଇଁ ଏକ ନୂଆ ଅନଲାଇନ୍‌ ସୁବିଧା ଆରମ୍ଭ କରିଛି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ମଙ୍ଗଳବାର ଏ ନେଇ ସୂଚନା ଦେଇଛି। ତଥ୍ୟ ଦେଉଥିବା ବ୍ୟକ୍ତିକୁ ପୁରସ୍କାର ମଧ୍ୟ ମିଳିବ।

ବର୍ତ୍ତମାନ ଲାଗୁ ଯୋଜନା ମୁତାବକ, ବେନାମୀ ସମ୍ପତ୍ତି ମାମଲାରେ ୧ କୋଟି ଟଙ୍କା ଏବଂ ବିଦେଶରେ କଳାଧନ ରଖିବା ସହ କର ଫାଙ୍କିବା ମାମଲାରେ ତଥ୍ୟ ପ୍ରଦାନକାରୀ ବ୍ୟକ୍ତିକୁ କିଛି ସର୍ତ୍ତ ସହିତ ୫ କୋଟି ଟଙ୍କା ପୁରସ୍କାର ରାଶି ଦିଆଯିବ। ସିବିଡିଟି କହିଛି କି, ଇ-ଫାଇଲିଙ୍ଗ୍‌ ପୋର୍ଟାଲ (https://www.incometaxindiaefiling.gov.in)ରେ ଟ୍ୟାକ୍ସ ଫାଙ୍କିବା ଏବଂ ବେନାମୀ ସମ୍ପତ୍ତି ହୋଲ୍ଡିଂର ତଥ୍ୟ ଦେବା ପାଇଁ ଲିଙ୍କ୍‌କୁ ଚାଲୁ କରି ଦିଆଯାଇଛି।

money

ଯେଉଁ ବ୍ୟକ୍ତିଙ୍କର ସ୍ଥାୟୀ ଖାତା ସଂଖ୍ୟା(ପ୍ୟାନ୍‌) ଅଥବା ଆଧାର ନମ୍ବର ଅଛି, ସେମାନେ ଏବଂ ଯାହାଙ୍କର ନାହିଁ, ସେମାନେ ମଧ୍ୟ ଏହି ସୁବିଧା ଅଧୀନରେ ଅଭିଯୋଗ କରିପାରିବେ। ଏହା ଏକ ଅନ୍‌ଲାଇନ ସୁବିଧା ଏବଂ ଓଟିପି ଆଧାରିତ ପ୍ରକ୍ରିୟା। କେହି ବି ଆୟକର ଆଇନ ୧୯୬୧ର ଉଲ୍ଲଂଘନ, ଅଘୋଷିତ ସମ୍ପତ୍ତି ଆଇନ ଏବଂ ବେନାମୀ ଲେଣଦେଣ ପରିହାର ଆଇନ, ଏହି ତିନିଟି ରୂପରେ ଅଭିଯୋଗ ଦାଖଲ କରିପାରିବେ। ଥରେ ଅଭିଯୋଗ ଦାଖଲ ହେବା ପରେ ବିଭାଗ ପକ୍ଷରୁ ପ୍ରତ୍ୟେକ ଅଭିଯୋଗ ପାଇଁ ଏକ ନିର୍ଦ୍ଦିଷ୍ଟ ନମ୍ବର ମିଳିବ। ଏହାଦ୍ୱାରା ଅଭିଯୋଗକାରୀ େଓ୍ଵବ୍‌ ଲିଙ୍କକୁ ଯାଇ ସେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଉପରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନର ସ୍ଥିତି ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.