ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ପ୍ରୟାସ, ଲଞ୍ଚ ହେଲା ସାମନ୍ତାସ ଡଟ ଇନ

ବେଙ୍ଗାଲୁରୁ (କେନ୍ୟୁଜ) : ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ଓ ପ୍ରସାର କରାଯାଇ ଏହାକୁ ବିଶ୍ୱ ଦରବାରରେ ସମ୍ନାନ ସହ ପହଞ୍ଚାଇବା ଲକ୍ଷ ନେଇ ଆରମ୍ଭ ହୋଇଛି ସାମନ୍ତାସ । ଓଡ଼ିଶାର ଏକ ନୂଆ ଡିଜାଇନ ପ୍ରଥମ ଥର ବେଙ୍ଗାଲୁରୁ ରେ ଏହାର ଲଞ୍ଚ ହୋଇଯାଇଛି ।ବେଙ୍ଗାଲୁରୁ ଆଇଟିସି ହୋଟେଲ ପରିସରରେ ଲଞ୍ଚ ହୋଇଛି । କୀଟ କିସ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଡକ୍ଟର ସି ଏନ ଅଶ୍ୱସ୍ଥ ନରାୟଣ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ବେଙ୍ଗାଲୁରୁ ସେଣ୍ଟ୍ରାଲର ସାଂସଦ ପିସି ମୋହନ ,ବେଙ୍ଗାଲୁରୁ ସାଉଥ ସାଂସଦ ଶ୍ରୀ ଲକ୍ଷ ସୂର୍ଯ୍ୟନାରାୟଣ ତେଜସ୍ୱୀ,ବିଶ୍ୱବାଣୀ କାନାଡ଼ା ଖବର କାଗଜର ମୁଖ୍ୟ ସମ୍ପାଦକ ବିଶ୍ଵସର ଭଟ, ଅଭିନେତ୍ରୀ ଅଙ୍ଗନା ରାୟ,ଇଣ୍ଡିଆନ ଫିଲ୍ମ ଆକଟ୍ରେସ ମୃଦୁଲ ମୁରଲୀ ପ୍ରମୁଖ ଯୋଗଦେଇଥିଲେ ।

SAMANTଓଡ଼ିଶାର ପରିଚୟ ଦେଶ ତଥା ବିଦେଶରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଡକ୍ଟର ସାମନ୍ତ । ସେ ଜଣେ ମହାନ ବ୍ୟକ୍ତିତ୍ୱ ଏବଂ ସମସ୍ତଙ୍କର ଆଦର୍ଶ ବୋଲି ଉପ ମୁଖ୍ୟମନ୍ତ୍ରୀ ଡକ୍ଟର ନାରାୟଣ ନିଜ ବକ୍ତବ୍ୟରେ କହିଥିଲେ । ଓଡ଼ିଶାର ହେଣ୍ଡ ଲୁମ ଅତି ଚମତ୍କାର ଓ ସୌନ୍ଦର୍ଯ୍ୟ ପୂର୍ଣ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ଲୋକଲ ଫର ଭୋକଲ ସମ୍ପର୍କରେ ଅନ୍ୟତମ ଅତିଥି ସାଂସଦ ତେଜସ୍ୱୀ ସୁରିୟା ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଡକ୍ଟର ସାମନ୍ତ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ପ୍ରଥମେ ଧନ୍ୟବାଦ ଦେବା ସହ ବେଙ୍ଗାଲୁରୁ ସହର ଏକ ସୁନ୍ଦର ସହର ବୋଲି କହିବା ସହ ଓଡ଼ିଶାର କଳା ସଂସ୍କୃତି ଉପରେ ମଧ୍ୟ ବକ୍ତବ୍ୟରେ କହିଥିଲେ । ଓଡ଼ିଶାର ବୁଣାକାରଙ୍କ କାରିଗରୀ ସମ୍ପର୍କରେ ସୂଚନା ଦେଇଥିଲେ । ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ଯାହାକି ସବୁ ସମୟରେ କଳା ଓ ସଂସ୍କୃତିକୁ ଗୁରୁତର ଦିଏ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁରି ପ୍ରଶଂସା କରିଥିଲେ । ଏଥି ସହିତ ସାମନ୍ତସ କେନ୍ଦ୍ର ସରକାରଙ୍କ ଆତ୍ମ ନିର୍ଭର ଭାରତ କ୍ଷେତ୍ରରେ ମଧ୍ୟ ସହଯୋଗ କରିବ ସୂଚନା ଦେଇଥିଲେ ।
SAMANTଏହି ଉପଲକ୍ଷେ ସାମନ୍ତସର ବିଭିନ୍ନ ଷ୍ଟଲ ମଧ୍ୟ ପଢ଼ିଥିଲା । ଏହି ଷ୍ଟଲରେ ବିଭିନ୍ନ ଡିଯାଇନର ଶାଢ଼ୀ, ଡ୍ରେସ ପଢିଥିଲା । ପ୍ରବାସୀ ଓଡ଼ିଆଙ୍କ ସହ ବହୁ ବେଙ୍ଗାଲୁରୁ ରେ ରହୁଥିବା ବିଭିନ୍ନ ରାଜ୍ୟର ବ୍ୟକ୍ତି ବିଶେଷ ମାନେ ନିଜ ପରିବାର ସହ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ଶେଷରେ କାଦମ୍ବିନୀ ର ମୁଖ୍ୟ ସମ୍ପାଦିକା ତଥା ସାମନ୍ତସ ମେଣ୍ଟର ଡକ୍ଟର ଇତିରଣୀ ସାମନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାର କଳା ସଂସ୍କୃତି ଓ ଓଡ଼ିଶାର ହେଣ୍ଡ ଲୁମ କୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ଓଡ଼ିଶାର ବୁଣାକାର ମାନଙ୍କର କାରୁକାର୍ଯ୍ୟ କିପରି ଦେଶ ବିଦେଶରେ ପରିଚୟ ସୃଷ୍ଟି କରିପାରିବ ସେଇ ଲକ୍ଷ ନେଇ ଆରମ୍ଭ ହୋଇଛି ସାମନ୍ତସ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସାମନ୍ତସ ଡ଼ାଇରେକ୍ଟର ଅପର୍ଣ୍ଣ ସାମନ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ କଳିଙ୍ଗ ଟିଭିର ସିଏମଡି ହିମାଂଶୁ ଖଟୁଆ, କୀଟର Ass Director ସସ୍ମିତା ରାଉତ, ସ୍ୱତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.