Below header

କୋଭିଡ୍‌ ନିୟନ୍ତ୍ରଣରେ ସଫଳତା ପରେ ଅନେକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ

ଭଞ୍ଜନଗର (କେନ୍ୟୁଜ୍‌) : ଏଣିକି ଗାଁ ପରିମଳ ପୋଖରୀ ତୁଠରୁ ଜଣାପଡ଼ିବ । ଗାଁ ଚାରିପାଖ ସଫା ରହିବ, ପୋଖରୀ ହିଡ଼ ଏବଂ ପାଣି ବି ସ୍ୱଚ୍ଛ ହେବ। ଲୋକେ ସୁସ୍ଥ ରହିବେ, ସଂକ୍ରମଣକୁ ଦୂରେଇ ଦେବେ । କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ସଫଳ ମୁକାବିଲା ପରେ ଆରମ୍ଭ କରାଯାଇଛି ସ୍ବଚ୍ଛତା କାର୍ଯ୍ୟକ୍ରମ । ଏବେ ଗ୍ରାମାଞ୍ଚଳର ଲୋକେ ବ୍ୟବହାର କରୁଥିବା ପୋଖରୀ ଓ ଜଳାଶୟକୁ ପରିଷ୍କାର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି “ ଜଳ ସ୍ବଚ୍ଛତା” ଭଳି ଏକ ନିଆରା ଅଭିଯାନ । ଜିଲ୍ଲାର ବେଲଗୁଣ୍ଠା ବ୍ଳକର ଗୋବରା ପଞ୍ଚାୟତରେ ପ୍ରଥମ କାର୍ଯ୍ୟକ୍ରମ କରାଯାଇଛି ।

PARIMALA

କୋଭିଡ୍‌ ପରିସ୍ଥିତି ବେଳେ ଶୃଙ୍ଖଳା ଏବଂ ସମାଧାନର ପଥପ୍ରଦର୍ଶକ ସାଜିଥିଲା ଗଞ୍ଜାମ ଜିଲ୍ଲା । କୋଭିଡ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳ ପରିଚାଳନା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘‘ମୋ ସ୍ବାଭିମାନ, ସ୍ବଚ୍ଛ ଗଂଜାମ’’ କାର୍ଯ୍ୟକ୍ରମ । ତା ସହିତ ଆରମ୍ଭ କରାଯାଇଛି ‘‘ଜଳ ସ୍ବଚ୍ଛତା’’ ଅଭିଯାନ । ପ୍ରଥମ କରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ଜଳାଶୟଗୁଡ଼ିକୁ ପରିସ୍କାର ପରିଚ୍ଛନ୍ନ ରଖିବା। ଏ ନେଇ ଜିଲ୍ଲାର ବେଲଗୁଣ୍ଠା ବ୍ଳକରେ ୧୮ଟି ପଞ୍ଚାୟତରେ ବିଭିନ୍ନ ପଦାଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଏହି ଜଳ ସ୍ବଚ୍ଛତା କାର୍ଯ୍ୟକ୍ରମ ।

PARIMAL-2

ନୂଆ କରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ଶିକ୍ଷକ, ଶିକ୍ଷୟିତ୍ରୀ, ଆଶା, ଅଙ୍ଗନୱାଡ଼ି କର୍ମୀ ଓ ସ୍ବେଛାସେବୀମାନେ ନିଜ ନିଜ ପଞ୍ଚାୟତର ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନ କରିବା ସହ ଗାଁ ପୋଖରୀ ହିଡ଼ରେ ପଡ଼ି ରହିଥିବା ଆବର୍ଜନା ସଫା କରିବା ସହ ପୋଖରୀ ଓ ଜଳାଶୟଗୁଡିକ କିଭଳି ପରିଷ୍କାର ରଖାଯିବ ସେ ନେଇ ଲୋକଙ୍କୁ ସଚେତନ କରିଥିଲେ ।

PARIMALA-3

କାର୍ଯ୍ୟକ୍ରମର ସଫଳତା ଲୋକଙ୍କ ପାଖରେ କିଭଳି ଭାବରେ ପହଞ୍ଚି ପାରୁଛି, ଲୋକେ ଏହି କାର୍ଯ୍ୟକ୍ରମକୁ କିଭଳି ଭାବରେ ଗ୍ରହଣ କରୁଛନ୍ତି, ତୃଣମୂଳ ସ୍ତରରେ ଏହାର ସଫଳତା କଣ ରହିଛି ସେ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ । ଏଥିପାଇଁ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ଗଂଜାମ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବେଲଗୁଣ୍ଠା ବ୍ଳକ ଗୋବରା ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତ ଗସ୍ତକରି ଏହି ନୂଆ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ ।

କରୋନା ନିୟନ୍ତ୍ରଣ କ୍ଷେତ୍ରରେ ରୋଲ୍ ମଡେଲ ପାଲଟିଥିବା ଗଂଜାମ ଜିଲ୍ଲା ଏବେ ପରିବେଶ ସ୍ବଚ୍ଛତା କାର୍ଯ୍ୟକ୍ରମ ସାଙ୍ଗକୁ “ଜଳ ସ୍ବଚ୍ଛତା” କାର୍ଯ୍ୟକ୍ରମର ସଫଳତା ଦିଗରେ ଆଉ ପାଦେ ଆଗକୁ ପାଦ ବଢ଼ାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.