ପୁରୀ: ବାଙ୍ଗର ଜେଲରେ କଏଦୀର ଆତ୍ମହତ୍ୟା, ଗାମୁଛା ଲଗାଇ ବାଥରୁମରେ ଝୁଲିପଡିଲେ

ପୁରୀ (କେନ୍ୟୁଜ): ପୁରୀ ବାଙ୍ଗର ଜେଲରେ କଏଦୀର ଆତ୍ମହତ୍ୟା। ମୃତ ଯୁବକ ଜଣକ ହେଉଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ବନାଥ ବାରିକ। ବେକରେ ଗାମୁଛା ଲଗାଇ ବାଥରୁମ୍ ଘରେ ଆତ୍ମହତ୍ୟା କରିଥିବା ବେଳେ । ବିଶ୍ବନାଥ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନାହିଁ ବଳାତ୍କାର କରିଥିବା ବିଶ୍ଵନାଥ ୦୩୦୫୨୨, ବଳାତ୍କାର ମାମଲାରେ ଜେଲରେ ଥିଲେ।

ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସନ୍ଦେହ ସୃଷ୍ଟି କରିଛି। ତେବେ ବାଙ୍ଗର ଜେଲ ରେ ଏତେ କଡା ସୁରକ୍ଷା ଭିତରେ କଏଦୀଙ୍କ ର ଆତ୍ମହତ୍ୟା ଜେଲ ପୋଲିସ ଓ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ପୁରୀ ପୋଲିସ ଏନେଇ ତଦନ୍ତ କରୁଥିବା ଜଣା ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.