Below header

ପ୍ରଥମ ଶ୍ରେଣୀ ସହ ପ୍ଲେ ସ୍କୁଲରେ ନାମଲେଖା ପାଇଁ ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ବର (କେନ୍ୟୁଜ): ଚଳିତ ଶିକ୍ଷାବର୍ଷ ପାଇଁ ପ୍ଲେ ସ୍କୁଲ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରି-ପ୍ରାଇମେରି ସ୍କୁଲର ୨୫% ସିଟରେ ଆର୍ଥିକ ଅନଗ୍ରସର ବର୍ଗର ପିଲା ମାଗଣାରେ ପଢ଼ିପାରିବେ। ଚଳିତ ନିର୍ଦ୍ଦେଶନାମା ଅନୁଯାଇ ୨୦୦୯ ଶିକ୍ଷା ଅଧିକାର ଆଇନ (RTE) ବଳରେ ୩ ବର୍ଷ ବୟସର ପିଲାମାନେ ଯେକୌଣସି ଘରୋଇ ପ୍ଲେ ସ୍କୁଲ ଏବଂ ୫ ବର୍ଷ ବୟସରୁ ଊର୍ଦ୍ଧ୍ବ ପିଲାମାନେ ପ୍ରଥମ ଶ୍ରେଣୀରେ ମାଗଣାରେ ନାମଲେଖାଇ ପାରିବେ ।

ପ୍ରତି ପିଲାଙ୍କ ବୟସ ପ୍ଲେ ସ୍କୁଲ ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୩ରୁ ୫ ଏବଂ ପ୍ରଥମ ଶ୍ରେଣୀ ପାଇଁ ୫ରୁ ୭ ବର୍ଷ ଭିତରେ ହୋଇଥିବା ଆବଶ୍ୟକ। ସେହିପରି ୩ରୁ ୯ ବର୍ଷ ବୟସର ଭିନ୍ନକ୍ଷମ ଛାତ୍ରଛାତ୍ରୀ ନିକଟସ୍ଥ ଘରୋଇ ସ୍କୁଲର ‌ଯେକୌଣସି କ୍ଲାସରେ ନାମ ଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ। ଏଥିସହ ଆର୍ଥିକ ଅନଗ୍ରସର କ୍ଷେତ୍ରରେ ଅଭିଭାବକଙ୍କ ପାଇଁ ଯୋଗ୍ୟତାରେ ବାର୍ଷିକ ଆୟ ସର୍ବାଧିକ ୧ ଲକ୍ଷ ୮୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଶିକ୍ଷା ଅଧିକାର ଆଇନ (RTE) ଅନୁଯାଇ ଘରୋଇ ସ୍କୁଲରେ ୨୫% ସିଟରେ ଅବହେଳିତ ଶ୍ରେଣୀର ପିଲାଙ୍କୁ ମାଗଣା ପାଠ ପଢ଼ିବାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି । ୨୦୦୯ ରୁ ଏହି ବ୍ୟବସ୍ଥା ରହିଥିବା ବେଳେ ତାହା କାର୍ଯ୍ୟକାରୀ ହେଉ ନଥିଲା । ଗତବର୍ଷ ରାଜ୍ୟ ସରକାରଙ୍କ RTE ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଏହି ସିଟରେ ଆଡ଼ମିସନ ଆରମ୍ଭ ହୋଇଥିଲା କିନ୍ତୁ ଏଥିରେ କିଛି ତ୍ରୁଟି ରହିଥିଲା। ଯେଉଁ ସ୍କୁଲ ଗୁଡିକରେ ପ୍ରି-ପ୍ରାଇମେରି ତଥା ନର୍ସରିସ୍ତରରେ ଏଣ୍ଟ୍ରି ପଏଣ୍ଟ ଥିଲା ସେମାନେ ଚଞ୍ଚକତା କରିବାରୁ ଏହି ସ୍କୁଲଗୁଡିକରେ ପିଲାମାନେ ନାମ ଲେଖାଇ ପାରିଲେ ନାହିଁ।

ଏହି ଯୋଜନାରେ ଅତି କମ୍‌ରେ ୬୭ ହଜାର ପିଲା ମାଗଣାରେ ପାଠ ପଢ଼ିଥାନ୍ତେ। ମାତ୍ର ପ୍ରଚାର ପ୍ରସାର ଓ ସଚେତନତା ଅଭାବ ଯୋଗୁଁ ୫ ହଜାର ପିଲା ନାମ ଲେଖାଇଥିଲେ। ତେଣୁ ଚଳିତବର୍ଷ ସ୍କିମ୍‌ରେ ପ୍ରଥମ ଶ୍ରେଣୀ ସହ ଏଣ୍ଟ୍ରି ଲେବୁଲ ବା ପ୍ଲେ କ୍ଲାସରେ ମଧ୍ୟ ଏହି ସ୍କିମରେ ନାମଲେଖା ଲାଗି ନୂଆ ଗାଇଡଲାଇନ ଆଣିବାକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଗଣଶିକ୍ଷା ବିଭାଗ ନିକଟରେ ଦାବି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.