Below header

ରାଜ୍ୟର ତିନିଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ନିମିଷକେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କଟକ(କେ ନ୍ୟୁଜ): ରାଜ୍ୟର ତିନିଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ । ୩ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି । ଆନନ୍ଦପୁର ବ୍ଲକ ଦୁଡୁଗାଁରେ ଅଗ୍ନିକାଣ୍ଡରେ ୬ପରିବାରର ୧୪ବଖରା ଘର ଭସ୍ମୀଭୂତ ହୋଇଥିବା ନେଇ ରିପୋର୍ଟ ଆସିଛି । ଦୁର୍ଘଟଣାରେ ୩ଗୋରୁଙ୍କ ସମେତ ୭ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ରମେଶ ପାଗଳ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପିଯାଇଥିଲା । ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି

ଜଳିଗଲା ଟଙ୍କା ଓ ଆସବାବପତ୍ର। ସେହିପରି କଟକ ଜିଲ୍ଲା ଚୌଦ୍ୱାର ଥାନା ବ୍ରହ୍ମପୁର ପଞ୍ଚାୟତ କମଙ୍ଗ ଗାଁରେ ଅଗ୍ନିକାଣ୍ଡରେ ୨ବଖରା ଘର ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ବାଲେଶ୍ୱରରେ ବି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସିଲିଣ୍ଡରରୁ ନିଆଁ ଲାଗି ଜଲିଗଲା ଦୋକାନ ଘର। ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ, ଲୋକମାନେ ଭୟରେ ଘଟଣାସ୍ଥଳ ଛାଡି ପଳାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.