ପେନସନଧାରକଙ୍କ ପାଇଁ ଖୁସି ଖବର ! ଆସନ୍ତା ଫେବୃୟାରୀ ୨୮ ପର୍ଯ୍ୟନ୍ତ ଜମା କରିପାରିବେ ଜୀବନ ପ୍ରମାଣପତ୍ର

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ‘ଇପିଏଫଓ’ ପେନସନଧାରକଙ୍କୁ ଆସ୍ୱସ୍ତ ଦେବା ସହିତ ଜୀବନପ୍ରମାଣପତ୍ର ଜମା କରିବାର ସମୟସୀମାକୁ ଆସନ୍ତା ୨୮ ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ପ୍ରାୟ ୩୫ ଲକ୍ଷ ପେନସନଧାରକ ଲାଭାନ୍ଵିତ ହେବେ।

ଇପିଏଫଓ ତାର ବୟାନରେ ଜଣାଇଛି ଯେ କରୋନା ଭାଇରସ୍‌ ମହାମାରୀ କାରଣରୁ ଏବଂ ବୟସ୍କ କରୋନା ସଂକ୍ରମିତ ହେଉଥିବାର ଭୟକୁ ଦେଖି ଜୀବନ ପ୍ରମାଣପତ୍ର ଜମା କରିବାର ସମୟସୀମାକୁ ବଢ଼ାଇ ଦିଆଯାଇଛି। ଏହାପୂର୍ବରୁ ଏହି ସମୟସୀମା ୩୦ ନଭେମ୍ବର ପର୍ଯ୍ୟନ୍ତ ଥିଲା।

ଏହି ନିଶ୍ଚିତ ସେହି ମାନଙ୍କ ପାଇଁ ଆସ୍ୱସ୍ତିକର ଖବର ଯେଉଁମାନେ ଇପିଏସ ୧୯୯୫ ଅନୁଯାୟୀ ପେନସନ ପାଉଛନ୍ତି। ଇପିଏଫଓ ଜଣାଇଛି ଯେ ଏହି ବର୍ଦ୍ଧିତ ଅବଧି ଦ୍ୱାରା ପ୍ରାୟ ୩୫ ଲକ୍ଷ ପେନସନଧାରକଙ୍କ ପାଇଁ ପେନସ୍‌ ସ୍ଥଗିତ ରଖାଯିବନାହିଁ ଯେଉଁମାନେ ନଭେମ୍ବର ୨୦୨୦ ସୁଦ୍ଧା ସେମାନଙ୍କ ଜୀବନ ପ୍ରମାଣପତ୍ର ଜମା କରିପାରିନାହାଁନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପେନସନ୍‌ ଧାରକଙ୍କୁ ପ୍ରତିବର୍ଷ ନଭେମ୍ବର ମାସରେ ପେନସନ୍‌ ଖାତା ଥିବା ବ୍ୟାଙ୍କରେ ଜୀବନ ପ୍ରମାଣପତ୍ର ଜମା କରିବାକୁ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.