Below header

ଛତିଶଗଡ଼ ସୁକମାରେ IED ବିସ୍ଫୋରଣ: ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସହିଦ, ୯ ଯବାନ ଗୁରୁତର ଆହତ

ଶନିବାର ରାତିରେ ଛତିଶଗଡର ସୁକୁମା ଜିଲ୍ଲାର ତାଦମେତଲା ଅଞ୍ଚଳରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ସିଆରପିଏଫ, ‘କମାଣ୍ଡୋ ବାଟାଲିୟନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍’ (କୋବ୍ରା) ବାଟାଲିୟନ୍ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ସହିଦ ହୋଇଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି।

ସୁକମା ଏସପି କେଏଲ ଧ୍ରୁବ ଏହି ଘଟଣାକୁ କହିଛନ୍ତି ଯେ, ସମସ୍ତ ଗୁରୁତର ଆହତ ଯବାନଙ୍କୁ ହେଲିକ୍ଟର ଯୋଗେ ରାୟପୁରକୁ ଅଣାଯାଇଛି। ଯେଉଁଠି ବାଟରେ ଆସିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ହିଁ ସହିଦ ହୋଇଯାଇଥିଲେ।

naxal

ସେହିପରି ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି, ମାଓବାଦୀମାନେ ବସାଇ ଥିବା ‘ଆଇଇଡି’ ବିସ୍ଫୋରଣ କାରଣରୁ ଶନିବାର ରାତିରେ ନକ୍ସଲ୍ ବିରୋଧୀ ଅଭିଯାନରେ ବାହାରିଥିବା ‘କୋବ୍ରା’ ଟିମ୍ ର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଆଠଜଣ କର୍ମଚାରୀ ଆହତ ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ତାଦମେତଲା ଗାଁ ପାଖ ଜଙ୍ଗଲରେ ସେମାନେ ତଲାସ ଚଳାଇ ଫେରୁଥିବା ବେଳେ ଦୁଇଟି ‘ଆଇଇଡି’ ବିସ୍ଫୋରଣ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.