ଆଜି ୧୧ ଟାରେ ମୋଦି କରିବେ ‘ମନ୍‌ କି ବାତ୍‌’, ସାରା ଦେଶକୁ କରିବେ ସମ୍ବୋଧିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରିବେ ‘ମନ କି ବାତ୍‌ କାଯ୍ୟର୍କ୍ରମ’। ରବିବାର ସକାଳ ୧୧ ଟାରେ ରେଡିଓରେ ଆଜି ସାରା ଦେଶକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ ମୋଦି ଦେଶ ଏବଂ ବିଦେଶର ଜନତାଙ୍କ ସହିତ ନିଜ ବିଚାରକୁ ପ୍ରକାଶ କରିବେ। ଏହା ମନ କି ବାତ୍‌ ୨.୦ର ୧୯ତମ ସଂସ୍କରଣ।

ମୋଦିଙ୍କର ଏହି ମନ କି ବାତ୍‌ କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନ ନେଟଓ୍ଵାର୍କରେ ପ୍ରସାରିତ କରାଯିବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଅକ୍ଟୋବରରେ ‘ମନ୍‌ କି ବାତ୍‌’ କାଯ୍ୟର୍କ୍ରମ ଜରିଆରେ ଲୋକଙ୍କୁ ସମ୍ବାଧିତ କରିଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସକାଳ ୧୧ ଟା ସମୟରେ ଡିଡି ଭାରତୀରେ ପିଏମ ମୋଦିଙ୍କ ‘ମନ କି ବାତ’ କାଯ୍ୟର୍କ୍ରମର ସାଂକେତିକ ଭାଷା ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.