Below header

ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ଦିନେ ଦୁଇ ଦିନ ଭିତରେ ଡିପ୍ରେସନରେ ପରିଣତ ହେବ

ଭୁବନେଶ୍ୱର(କେ ନ୍ୟୁଜ): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଏହା ଦିନେ ଦୁଇ ଦିନ ଭିତରେ ଡିପ୍ରେସନରେ ପରିଣତ ହେବା ନେଇ ଆଶଙ୍କା ରହିଛି । ସାଇକ୍ଲୋନିକ୍‌ ଷ୍ଟର୍ମ “ବୁରେଭି”ରେ ପରିଣତ ହେବ । ସପ୍ତାହ ମଧ୍ୟଭାଗରେ ଦକ୍ଷିଣ ଭାରତ କିମ୍ବା ଶ୍ରୀଲଙ୍କା ମଧ୍ୟରେ ଅତିକ୍ରମଣ କରିପାରେ । ସେହିପରି ଆଜି ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାପରେ ଲଘୁଚାପର ରୂପ ନେଇପାରେ । ଶ୍ରୀଲଙ୍କା ଓ ଦକ୍ଷିଣ ଭାରତ ଉପକୂଳ ଛୁଇଁବା ପୂର୍ବରୁ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ ।

ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇପାରେ । ଡିସେମ୍ବର ୨ତାରିଖ ବେଳକୁ ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପହଞ୍ଚିବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ନିଭାର ପ୍ରଭାବରେ ପାରଦ ଖସୁୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡାର ମାତ୍ରା ଆହୁରି ବଢିଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.