ଶ୍ରୀମନ୍ଦିରରେ ଆଜି ଡାଳିକିଆ ବେଶରେ ସଜେଇ ହେବେ ମହାପ୍ରଭୁ

ପୁରୀ (କେ ନ୍ୟୁଜ): ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଡାଳିକିଆ ବେଶ। କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଅବସରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଅବକାଶ ନୀତି ପରେ ସିଂହାରୀ ସେବାୟତମାନେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି । ବାଳଭୋଗ ପର୍ଯ୍ୟନ୍ତ ଏହି ବେଶ ମହାପ୍ରଭୁଙ୍କ ଦେହରେ ରହିଥାଏ । ଏହି ବେଶକୁ ଲକ୍ଷ୍ମୀ ନୃସିଂହ ବେଶ ମଧ୍ୟ କୁହାଯାଉଥିବା ବେଳେ ଜଗନ୍ନାଥଙ୍କୁ ନୃସିଂହ ରୂପରେ ଅଭିହିତ କରାଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.