ଭଦ୍ରକ : ମଦ ବିକ୍ରିକୁ ନେଇ ତାତିଲେ ମହିଳା , ରାସ୍ତା ଉପରେ ଭାଙ୍ଗିଲେ ବୋତଲ

ଭଦ୍ରକ(କେନ୍ୟୁଜ୍) : ମଦ ବିକ୍ରିକୁ ନେଇ ତାତିଲେ ମହିଳା । ଚୋରା ମଦ ବୋତଲକୁ ରାସ୍ତା ଉପରେ ବାଡେଇ ଭାଙ୍ଗିଲେ । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଚଡ଼ଦିଆର ମହିଳାମାନେ ମଦ ବିକ୍ରି ବିରୋଧରେ ରାସ୍ତାକୁ ଓହ୍ଲଇାଛନ୍ତି। ମହିଳାଙ୍କ ଅଭିଯୋଗ , କିଛିଦିନ ତଳେ ଜଣେ ମଦ ବେପାରୀକୁ ଧରି ପୋଲିସର ଜିମା ଦେଇଥିଲେ । ପରେ ସେ ଜାମିନରେ ଆସି ପୁଣି ମଦ ବିକ୍ରି କରୁଛି। ଘଟଣାକୁ ନେଇ ଚଡଦିଆ ବଜାରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଓ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.