Below header

ଅମାନିଆଙ୍କ ଗଣେଶ ପୂଜା: ଖୁଲମ ଖୁଲା ସରକାରଙ୍କୁ ଚାଲେଞ୍ଜ, ବନ୍ଦ କରିବାକୁ କହିବାରୁ ତହସିଲଦାରଙ୍କୁ ରଖିଲେ ଅଟକ

ବ୍ରହ୍ମପୁର ( କେ ନ୍ୟୁଜ୍):  କରୋନାର ମୁକାବିଲା କରିବା ପାଇଁ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଛି ସଂଗ୍ରାମ । ଏବେ ଆସି ଅଗଷ୍ଟ ମାସ ହେଲାଣି ତଥାପି ସଂପୂର୍ଣ୍ଣ କରୋନା ମୁକ୍ତ ହୋଇପାରିନାହିଁ ସମଗ୍ର ବିଶ୍ବ । ଏପରିପେକ୍ଷୀ ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି , ଯେପରି କରୋନା ସହ ମୁକାବିଲା କରିହେବ

ଆମ ରାଜ୍ଯ ମଧ୍ଯ ଏହି କରୋନା କବଳରେ କବଳିତ । ଗଂଜାମ ଜିଲ୍ଲା କଥା କହିଲେ ନସରେ । ଏଠାରେ କରୋନା ସଂକ୍ରମଣ ଯେପରି ଭାବେ ବଢି ଚାଲିଥିଲା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ତେବେ ଗଂଜାମ ଜିଲ୍ଲା ପ୍ରଶାସନ ମୁକାବିଲା କରିବା ପାଇଁ ଯେଉଁ ପଦକ୍ଷେପ ନେଲେ ଫଳ ସ୍ବରୂପ ସଂକ୍ରମିତ ସଂଖ୍ୟା ବର୍ତ୍ତମାନ ଧିରେ ଧିରେ କମୁଛି। ତଥାପି କରୋନାକୁ ନେଇ ସତର୍କ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେପରି ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା, ମାସ୍କ ପିନ୍ଧିବା ସହ ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କରେ କଡା ନିୟମ ଜାରି କରିଛନ୍ତି ।

ଖାଲି ସେତିକି ନୁହେଁ ଗତକାଲି ପାଳନ ହୋଇଥିବା ଗଣେଶ ପୂଜାକୁ ମଧ୍ଯ ସର୍ବସାଧାରଣରେ ଆଡମ୍ବର ସହକାରେ ପାଳନ ନକରିବା ପାଇଁ ବାରଣ କରିଥିଲେ ସରକାର । ତଥାପି କିଛି ଅମାନିଆ ପୂଜା କରିବା ପାଇଁ ଅଣ୍ଟା ଭିଡିଥିଲେ । କିଛି ଅମାନିଆଙ୍କ ମଧ୍ୟରୁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗାଁ ଉଦାହରଣ ହୋଇଛି । ଯେଉଁଠି ଖୁଲମ ଖୁଲା ସରକାରଙ୍କୁ ଚାଲେଞ୍ଜ କରିଛନ୍ତି କିଛି ଲୋକେ।

shopସୂଚନା ଅନୁଯାୟୀ ଗତକାଲି ଉକ୍ତ ଗାଁରେ ଗଣେଶ ପୂଜା ଚାଲିଥିବା ନେଇ ଖବର ପାଇବା ପରେ ଗତକାଲି ସଂଧ୍ୟାରେ ତହସିଲଦାର , ଏନଫୋର୍ସମେଣ୍ଟ ସ୍କାଡ୍ ସହିତ ଗାଁ ରେ ପହଞ୍ଚିଥିଲେ । ଗଣେଶ ପୂଜା ଚାଲିଥିବା ଦେଖି ପୂଜାକୁ ତୁରନ୍ତ ବନ୍ଦ କରିବା ସହ ସାପ୍ତାହିକ ସଟ୍ ଡାଉନ୍ ବେଳେ ଦୁଇଟି ରାସନ ଦୋକାନ ଖୋଲିଥିବା ଯୋଗୁଁ ସେମାନଙ୍କ ଉପରେ ଜୋରିମାନା ପକାଇଥିଲେ । ତେବେ ଜୋରିମାନା ନ’ ଦେବାରୁ ଦୋକାନ ସିଲ୍ କରିଥିଲେ ତହସିଲଦାର । ଏହା ପରେ ହଠାତ୍ ଉପସ୍ଥିତ ଲୋକଙ୍କ ରାଗ ପଞ୍ଚମ ହୋଇଯାଇଥିଲା । ତହସିଲଦାରଙ୍କ ଗାଡି ଅଟକାଇ ତାଙ୍କୁ ଘେରାଉ କରିଥିଲେ ଉତ୍ୟକ୍ତ ଜନତା । ଏହାସହ ବିଭିନ୍ନ କଟୁ ଭାଷା ପ୍ରୟୋଗ କରିଥିଲେ ।

ଏହାସହ ବେଧଡକ ଭାବେ ବାହୁଦା ନଦୀରୁ ବାଲି ଚାଲାଣ ହେଉଥିବା ସହ ଜୁଆ ଆଡ୍ଡା ଚାଲିଛି । ସେହି ଗୁଡିକ କାହିଁକି ବନ୍ଦ କରାଯାଉନାହିଁ ବୋଲି ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ । ଏହି ପରି ଦୁଇ ଘଣ୍ଟା ପାଟିତୁଣ୍ଡ ପରେ ବନ୍ଦ କରାଯାଇଥିବା ଦୋକାନ ଖୋଲି ଦିଆଯାଇଥିଲା । ଯାହାପରେ ତହସିଲଦାର ମୁକ୍ତ ହୋଇ ଫେରିଥିଲେ । ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କୋଭିଡ୍ ନିୟମକୁ ଉଲଙ୍ଘନ କରି ଥିବା ବ୍ଯକ୍ତିଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି । ତେବେ କହିବାକୁ ଗଲେ ସତରେ କଣ କରୋନାକୁ ଏମାନଙ୍କର ଖାତିର୍ ନାହିଁ ? ଏତେ ସବୁ ପରେ ବି ଏମିତି ଅମାନିଆ ହେବା ମୁର୍ଖାମୀ ନୁହେଁ କି?

ବ୍ରହ୍ମପୁରରୁ ରବିନ୍ଦ୍ର ନାଥ ଡାକୁଆ, କେନ୍ଯଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.