ଏଠି ଆଳୁ କାରଣରୁ ଯାଇଥିଲା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଜାଣନ୍ତୁ କଣ ଥିଲା ଏହା ପଛର ପ୍ରକୃତ କାରଣ

ବର୍ତ୍ତମାନ ସମୟରେ କରୋନା ସହ ଲଢ଼ୁଥିବା ଆମେରିକାର ମୂଳ ଵଂଶଜ ମାନଙ୍କୁ ଆୟରଲ୍ୟାଣ୍ଡ ଖୁବ ସାହାଯ୍ୟ ଯୋଗାଉଛି । କିନ୍ତୁ ଏହା ପଛର କାରଣ ୧୭୩ ବର୍ଷ ପୁରୁଣା । ୧୭୩ ବର୍ଷ ତଳେ ଆୟାରଲ୍ୟାଣ୍ଡରେ ଦେଖାଦେଇଥିବା ଏକ ଖାଦ୍ୟ ସଂକଟ ସମୟରେ ଲକ୍ଷ ଲକ୍ଷ ଆୟାରଲ୍ୟାଣ୍ଡବାସୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ଘଟିଥିଲା ୧୮୪୫ ମସିହାରେ । ସେହି ବର୍ଷ ଆୟାରଲ୍ୟାଣ୍ଡରେ P . infestans ନାମକ ଏକ ପ୍ରକାର ପୋକ ଦେଶର ଆଳୁ ଫସଲକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥିଲା । ଫଳରେ ଦେଶରେ ଆଳୁର ଅକାଳ ମଡ଼କ ପଡିଥିଲା । ଖାଲି ଆଳୁ ନୁହେଁ ଦେଶରେ ଅନ୍ୟାନ ଫସଲ ଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା । ଫଳରେ ଭୋକ ଉପାସରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା ।

famine new

ଏମିତିକି ପାଖାପାଖି ୧୦ ଲକ୍ଷରେ ପହଞ୍ଚିଥିଲା ମୃତ୍ୟୁ ସଂଖ୍ୟା । ଏହି ଅନାହାର ବର୍ଷେ କି ଦୁଇ ବର୍ଷ ପାଇଁ ନୁହେଁ ଦୀର୍ଘ ୭ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଫଳରେ ଏହି କାରଣରୁ ଆୟରଲ୍ୟାଣ୍ଡ ବାସି ନିଜ ଦେଶ ଛାଡି ଅନ୍ୟ ଦେଶରେ ଯାଇ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ | କିଛି ବାସିନ୍ଦାଙ୍କ କହିବା ଅନୁଯାୟୀ, ଆଳୁ ଅଭାବ କାରଣରୁ ଆୟରଲ୍ୟାଣ୍ଡ ଜନସଂଖ୍ୟା ୨୫ ପ୍ରତିଶତ ପର୍ଯ୍ୟନ୍ତ ଖସି ଯାଇଥିଲା । ସେ ସମୟରେ ଆଇରୀସ ନେତା ମାନେ କ୍ୱିନ ଭିକ୍ଟୋରିଆଙ୍କୁ ଏବାବଦରେ ଜଣାଇ ସାହାଯ୍ୟ ପାଇଁ ଅପିଲ କରିବାରୁ ରାଣୀ ଦେଶ ଉପରୁ କର ଉଠାଇ ଦେଇଥିଲେ । କର ଉଠାଇ ଦିଆଯିବାରୁ ଦେଶରେ ଶସ୍ୟ ଦର ଅପେକ୍ଷାକୃତ ହ୍ରାସ ପାଇଥିଲା | କିନ୍ତୁ ତଥାପି ଦେଶର ଅବସ୍ଥା ସୁଧୁରି ନଥିଲା । ୧୯ଶ ଶତାବ୍ଦୀରେ ଆୟାରଲ୍ୟାଣ୍ଡ ଏକ କୃଷି ପ୍ରଧାନ ଦେଶ ଥିଲା ।

କିନ୍ତୁ ଏହି ଅକାଳ, ମରୁଡ଼ି କାରଣରୁ ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଯାଇଥିଲା ଏହି ଦେଶ । ଦେଶର ଆର୍ଥିକ ଅବସ୍ଥା ଏକ ପ୍ରକାର ଉଜୁଡି ଯାଇଥିଲା । ଗୋଟେ ପଟରେ ଆୟାରଲ୍ୟାଣ୍ଡର ଲକ୍ଷ ଲକ୍ଷ ପରିବାର ଅନାହାରରେ ଜୀବନ ହାରୁଥିବା ବେଳେ ବ୍ରିଟେନର ଏହି ଦେଶ ପ୍ରତି କୃ ରତା ଜମା ବି କମ ହୋଇ ନଥିଲା । କିନ୍ତୁ ଏହି ସମୟରେ ଆୟାରଲ୍ୟାଣ୍ଡକୁ ସାହାଯ୍ୟର ହାତ ବଢ଼ାଇ ଥିଲା ଆମେରିକା । ଏହି ଦୁଃସ୍ଥିତିରେ ୧୭୦ଡ଼ଲାର ଅର୍ଥ ପଠାଇଥିଲା ଏହି ଦେଶକୁ । ଯାହାକୁ କି ଆୟାରଲ୍ୟାଣ୍ଡ ବାସୀ ଭୁଲି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.