Below header

ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ, ଧର୍ମଶାଳା ବିଧାନସଭା ଆସନକୁ ନେଇ ତୁମୁଳକାଣ୍ଡ

ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ। ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରାର୍ଥୀତ୍ବକୁ ନେଇ ତୁମୁଳକାଣ୍ଡ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମୁଳକାଣ୍ଡ ।

ଭୁବନେଶ୍ୱର : ପୁଣିଥରେ ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ। ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରାର୍ଥୀତ୍ବକୁ ନେଇ ତୁମୁଳକାଣ୍ଡ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତୁମୁଳକାଣ୍ଡ । ଧର୍ମଶାଳା ଯୁବ ବିଜେପି ନେତା ହିମାଂଶୁ ଶେଖର ସାହୁ ଓ ସମର୍ଥକଙ୍କ ହୋହଲ୍ଲା ।

ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏହାକୁ ବିରୋଧ କରି ପାର୍ଟି ଅଫିସରେ ତୁମୁଳକାଣ୍ଡ ଦେଖା ଦେଇଛି ।  ଦୁଇ ଦିନ ତଳେ ଖୋର୍ଦ୍ଧା ବିଜେପି ଟିକେଟ ନେଇ ରାଜ୍ୟ କାର୍ଯ୍ୟାଳୟରେ କାଳୁଚରଣ ଖଣ୍ଡାୟତରାୟ ସମର୍ଥକଙ୍କ ହଙ୍ଗାମା କରିଥିଲେ । କହିଥିଲେ ଟିକେଟ ମତେ ନ ମିଳିଲେ ପରିସ୍ଥିତି ଭୟଙ୍କର ହେବ ।

ହିମାଂଶୁ ଶେଖର ସାହୁଙ୍କ ସମର୍ଥକଙ୍କ ବିଜେପି କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ ଜାରି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆଲୋଚନା ବିଫଳ । ଧର୍ମଶାଳା ପାଇଁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କୁ ବିରୋଧ କରିଛନ୍ତି ହିମାଂଶୁ ଙ୍କ ସମର୍ଥକ । ଶୀର୍ଷ ନେତୃତ୍ୱଙ୍କ ଆଗରେ କଥା ରଖିବୁ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହଙ୍କ ସହ ଆଲୋଚନା କରି ନିଷ୍ପତି ନେବା ପାଇଁ ଅନୁରୋଧ କରିବି । ହେଲେ ଏହାକୁ ଗ୍ରହଣ କରିନାହାନ୍ତି ହିମାଂଶୁଙ୍କ ସମର୍ଥକ । ଯେଉଁ ପର୍ଯ୍ୟନ୍ତ ଏହି ଆସନ ପାଇଁ  ସ୍ଥଗିତାଦେଶ ଜାରି ହୋଇନି ତଥା ଟିକେଟ କଥା ଫାଇନାଲ ହୋଇନି , ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ଓ ଟିକେଟକୁ  ସ୍ଥଗିତ କରନ୍ତୁ ବୋଲି ପ୍ରଶଂସକ ଦାବି କରିଛନ୍ତି ।  2 ଘଣ୍ଟା ହେଲା ବିଜେପି ଅଫିସ ପରିସରରେ ଧାରଣାରେ ବସିଛନ୍ତି ହିମାଂଶୁଙ୍କ ସମର୍ଥକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.