ସବୁକିଛି ଉଜାଡ଼ି ଦେଲା କାଳବୈଶାଖୀ, ଏମାନେ ରହିବେ କୋଉଠି ଖାଇବେ କଣ ?

ଅଚାନକ କୋଉଠୁ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । କୁଆପଥର ମାଡ଼ ସାଙ୍ଗକୁ ବର୍ଷିଗଲା ବର୍ଷା । ସବୁ କିଛି ଉଜୁଡେଇଦେଲା ଏଇ କାଳବୈଶାଖୀ । ଉଜୁଡିଗଲା ପନିପରିବା ଚାଷ ଯାହାକୁ ନେଇ ଦୁଃଖରେ ଜୀବନ କାଟୁଛନ୍ତି ଅନେକ ପରିବାର। ଆନନ୍ଦପୁର ବ୍ଲକ ଧକୋଠା ପଞ୍ଚାୟତର ମାର୍ଶାପାଳ ଗାଁ। ଗାଁ ଟିରେ ବାସ କରନ୍ତି ଅନେକ ଆଦିବାସୀ ବର୍ଗର ଲୋକ ।

ଆନନ୍ଦପୁର : ଅଚାନକ କୋଉଠୁ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । କୁଆପଥର ମାଡ଼ ସାଙ୍ଗକୁ ବର୍ଷିଗଲା ବର୍ଷା । ସବୁ କିଛି ଉଜୁଡେଇଦେଲା ଏଇ କାଳବୈଶାଖୀ । ଉଜୁଡିଗଲା ପନିପରିବା ଚାଷ ଯାହାକୁ ନେଇ ଦୁଃଖରେ ଜୀବନ କାଟୁଛନ୍ତି ଅନେକ ପରିବାର। ଆନନ୍ଦପୁର ବ୍ଲକ ଧକୋଠା ପଞ୍ଚାୟତର ମାର୍ଶାପାଳ ଗାଁ। ଗାଁ ଟିରେ ବାସ କରନ୍ତି ଅନେକ ଆଦିବାସୀ ବର୍ଗର ଲୋକ ।

ନିଜ ଜମିରେ ପନିପରିବା ଚାଷ ସହିତ ଅନ୍ୟର ମୁଲ ଲାଗି ଚଳିଥାନ୍ତି ଏମାନେ। ହେଲେ କାଳବୈଶାଖୀ ଏମାନଙ୍କର ସବୁକିଛି ଉଜାଡି ଦେଇଛି । ରହୁଥିବା ଘରକୁ ମଧ୍ୟ ଏଭଳି ଅବସ୍ଥା କରି ଦେଇଛି ଯାହା ରହିବା ଉପଯୋଗୀ ହେବନି। ସନ୍ଧ୍ୟା ସମୟରେ ସମସ୍ତେ ଘରେ ଥିବା ସମୟରେ ଅଚାନକ ଆସିଥିଲା କଳାହାଣ୍ଡିଆ ମେଘ ଆଉ ତା ସାଙ୍ଗରେ ପବନ ସହିତ ବଡ଼ ବଡ଼ କୁଆପଥର । କୁଆ ପଥରର ପ୍ରଭାବ ଏଭଳି ଥିଲା ଯେ ପନିପରିବା ସବୁ ନଷ୍ଟ ହୋଇଗଲା।

ଗୋଟିଏ କି ୨ଟି ନୁହଁ ଗାଁର ୪୦ ରୁ ଉର୍ଦ୍ଧ ଘର କୁଆପଥର ମାଡ଼ରେ ପ୍ରଭାବିତ ହୋଇଛି । ଘରର ଆଜବେଷ୍ଟସରେ ଠାଏ ଠାଏ ରେ କଣା ହୋଇଯାଇଥିବାରୁ ଗରିବ ଆଦିବାସୀଙ୍କର ରହିବା ପାଇଁ ଲାଗିଛି ଚିନ୍ତା । ଅନ୍ୟପଟେ ପରିବା ଅମଳ କରି ଘର ଚଳାଇବାକୁ ଅଣ୍ଟା ଭିଡ଼ିଥିବା ଚାଷୀ ଏବେ ଚିନ୍ତାରେ । ତୁରନ୍ତ ଏଦିଗରେ ତଦନ୍ତ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ। କୁଆପଥର ମାଡ଼ରେ ବାଇଗଣ, କୋବି ପନିପରିବା ସବୁ ନଷ୍ଟ ହୋଇଯାଇଛି ଯାହାକୁ ନେଇ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.