ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ବିଭିନ୍ନ ରାଜ୍ୟରୁ ଆସିଥିବା ନାଗା ସାଧୁଙ୍କ ବିରୋଧ ପ୍ରଦର୍ଶନ, ଲଙ୍ଗୁଳି ମଠ ଭିତରକୁ ପ୍ରବେଶ କରିବାକୁ ଧରିଲେ ଜିଦ୍

ପୁରୀ: ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଥିବା ଲଙ୍ଗୁଳି ମଠରେ ବିଭିନ୍ନ ରାଜ୍ୟରୁ ଆସିଥିବା ନାଗା ସାଧୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ମେଘନାଦ ପାଚେରୀକୁ ଲାଗି କରି ଥିବା ଧୂନୀ କୁଣ୍ଡରେ ପୂଜାର୍ଚ୍ଚନା କରିବାକୁ ଜିଦ ଧରିଥିଲେ ।
ଲଙ୍ଗୁଳି ମଠ ଦାୟିତ୍ୱରେ ଥିବା ମହନ୍ତ ମଠର ସଂପତ୍ତି ହଡପ ନେଇ ଅଭିଯୋଗ କରିଥିଲେ । ନାଗା ସାଧୁଙ୍କ ପ୍ରବେଶ ପାଇଁ ମନା କରାଯିବାରୁ ସିଂହଦ୍ୱାର ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ ।