ଆଜିଠାରୁ ଝାରସୁଗୁଡା ସାପ୍ତାହିକ ସଟ୍‌ଡାଉନ୍‌, କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି

ଝାରସୁଗୁଡା: ଝାରସୁଗୁଡା ସଟ୍ ଡାଉନ୍ । କରୋନା ସଂକ୍ରମଣ ରୋକିବାକୁ ସଟ୍‌ଡାଉନ୍ ନିଷ୍ପତି‌। ଝାରସୁଗୁଡା ସହର ସମେତ ବ୍ରଜରାଜନଗର ଓ ବେଲପାହାଡକୁ ଆଜିଠାରୁ ସାପ୍ତାହିକ ସଟ୍‌ଡାଉନ୍‌ କରାଯାଇଛି।

ଗତ ୨ସପ୍ତାହ ହେଲା ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍‌ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବ। ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଅଳ୍ପ କିଛି ଦୋକାନ ଖୋଲାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.