Below header

ସାଇକୋ କିଲରର ଠିକଣା ପାଇଲା କମିଶନରେଟ ପୋଲିସ, ୨୪ ଘଣ୍ଟାରେ ନେଇଥିଲା ୩ ଜୀବନ

କଟକରେ ସିରିଏଲ କିଲିଂ ମାମଲାରେ ପୋଲିସକୁ ମିଳିଲା ସୁରାକ୍‌ । ସାଇକୋ କିଲରର ପତ୍ତା ପାଇଲା କମିଶନରେଟ ପୋଲିସ । ଏହି ଘଟଣାରେ ଜଣେ ବୁଲା ବିକାଳିକୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାଣ୍ଡରେ ତା’ର ସଂପୃକ୍ତି ଥିବା ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ଗତ କିଛି ଦିନ ହେଲା କଟକରେ ନିଦ ହଜେଇ ଦେଇଥିଲା ସାଇକୋ କିଲର୍‌ । ୨୪ ଘଣ୍ଟାରେ ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ତାକୁ ଧରିବା ପାଇଁ କମିଶନରେଟ ପୋଲିସ ସ୍ପେସାଲ ଟିମ୍‌ ଗଠନ କରିଥିଲା । କଟକ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ସହରର ଗଳିକନ୍ଦିରେ ରାତିସାରା ପାଟ୍ରୋଲିଂ କରିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.