ସାବଧାନ ! ଟାଟୁ ଦ୍ବାରା ହୋଇଥାଏ ହେପାଟାଇଟିସ୍

କଣ ଆପଣ ଟାଟୁ କରିବାକୁ ଚାହୁଁଛନ୍ତି ? ତେବେ ହୋଇ ଯାଆନ୍ତୁ ସାବଧାନ୍ । ତୁରନ୍ତ ପରିବର୍ତ୍ତନ କରନ୍ତୁ ନିଜ ମନକୁ । ଆଉ ଟାଟୁ କରିବାରୁ ନିବୃତ ରୁହନ୍ତୁ । କାରଣ ଏହା ଦ୍ବାରା ହୋଇପାରେ ମାରାତ୍ମକ ହେପାଟାଇଟିସ୍ । ଜାଣି ଆଶ୍ଚର୍ଯ୍ୟ ହେବେ, ଭାରତରେ ଏଚଆଇଭି, ମ୍ୟାଲେରିଆ ଏବଂ ଡେଙ୍ଗୁରେ ଯେମିତି ଲୋକ ମରୁଛନ୍ତି ତାଠାରୁ ଅଧିକ ଲୋକ ହେପାଟାଇଟିସରେ ପ୍ରାଣ ହରାଉଛନ୍ତି । ତଥାପି ଏହି ରୋଗ ପ୍ରତି ଲୋକ ସଚେତନ ନାହାଁନ୍ତି ।

ଏପରିକି ଯେଉଁମାନଙ୍କୁ ହେପାଟାଇଟିସ୍ ହୋଇଥାଏ ସେମାନେ ମଧ୍ୟ ଏ ବିଷୟରେ ଜାଣିପାରିନଥାନ୍ତି ଯେପର‌୍ୟ୍ୟନ୍ତ ମାମଲା ଗୁରୁତର ନହୋଇଛି । ଆଉ ଟାଟୁ ଦ୍ବାରା ଏହା ଅଧିକ ସଂକ୍ରମିତ ହୋଇଥାଏ ।

– ଟାଟୁ କରିବା ସମୟରେ ପତଳା ଛୁଞ୍ଚି ଦ୍ବାରା ଇଙ୍କ୍ ଭିତରକୁ ଯିବାର ସମ୍ଭାବନା ଥାଏ । ଯାହା ପରେ ରକ୍ତ ସଂସ୍ପର୍ଷରେ ଆସିଥାଏ । ଯଦି ସେହି ଛୁଞ୍ଚି ପୂର୍ବରୁ କୌଣସି ହେପାଟାଇଟିସ୍ ରୋଗୀ ଶରୀରରେ ବ୍ୟହବାର କରାଯାଇଥାଏ ତେବେ ଆଗକୁ ଟାଟୁ କରୁଥିବା ବ୍ୟକ୍ତିକୁ ହୋଇପାରେ ହେପାଟାଇଟିସ୍ । ଏପରିକି ଆପଣଙ୍କୁ ଏଚଆଇଭି ମଧ୍ୟ ହୋଇପାରେ ।

ଏହା ସହ ପଢନ୍ତୁ ଜାଣନ୍ତୁ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କିପରି ଶୋଇବା ହୋଇଥାଏ ଲାଭଦାୟକ

– ଟାଟୁ କରିବା ସମୟରେ ନିଶ୍ଚିତ ହୁଅନ୍ତୁ ଟାଟୁ ବାଲା ବ୍ୟବହାର କରୁଥିବା ଛୁଞ୍ଚିକୁ ବଦଳାଇଛି କି ନା ଏବଂ ସଠିକ୍ ଭାବରେ ସଫା କରିଛି କି ନା ।

– ଲାଇସେନ୍ସ ପାଇ ନଥିବା ପାର୍ଲରରୁ ବନାନ୍ତୁ ନାହିଁ ଟାଟୁ । ରାସ୍ତା କଡରେ ବସୁଥିବା ଲୋକଙ୍କଠାରୁ କେବେ ବି ଟାଟୁ କରନ୍ତୁ ନାହିଁ ।
– ଟାଟୁ ମେସିନକୁ କେବଳ ସଫା କଲେ ହେବ ନାହିଁ । ମେସିନକୁ ପ୍ରତିଥର ଷ୍ଟେରଲାଇଜ୍ କରିବା ମଧ୍ୟ ଜରୁରୀ । ଅନେକ ଲୋକ କେବଳ ଟାୱେଲରେ ପୋଛି ମେସିନକୁ ସଫା କରିଦିଅନ୍ତି । କିନ୍ତୁ ଏହା ହେପାଟାଇଟିସରୁ ରକ୍ଷା ପାଇବା ପାଇଁ ପର‌୍ୟ୍ୟାପ୍ତ ନୁହେଁ ।

– ଶରୀରର ଯେଉଁ ସ୍ଥାନରେ ଟାଟୁ କରୁଛନ୍ତି ତାକୁ ମଧ୍ୟ ସଫା କରିବା ନିହାତି ଜରୁରୀ ।

Leave A Reply

Your email address will not be published.