ବାଲିଗୁଡା: ଜଗନ୍ନାଥ ମନ୍ଦିରରେ ଦେଖାଗଲା ପେଚା, ଗରୁଡ ପକ୍ଷୀ କହି ଲୋକେ କଲେ ପୂଜାର୍ଚ୍ଚନା
ବାଲିଗୁଡା(କେନ୍ୟୁଜ୍): ବାଲିଗୁଡା ଜଗନ୍ନାଥ ମନ୍ଦିର ଦେଖାଯାଇଛି ଏକ ବିରଳ ପକ୍ଷୀ। ଲୋକେ ଏହାକୁ ଗରୁଡ ପକ୍ଷୀ କହି ସକାଳୁ ପଜାର୍ଚ୍ଚନା କରିଛନ୍ତି। ଅନ୍ୟ ପକ୍ଷରେ ଏହା ପେଚା ଭଳ ଦେଖାଯାଉଥିବାରୁ ଏହାକୁ କେହି କେହି ପେଚା ବୋଲି ଏଡାଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସକାଳୁ ମନ୍ଦିରର ପୂଜକ ଜଗନ୍ନାଥ ମନ୍ଦିରର ପହଡ ଖୋଲିବା ପରେ ଏହି ପକ୍ଷୀଟିକୁ ଦେଖିବାକୁ ପାଇଥିଲେ। ଏହା ପରେ ଲୋକମାନେ ଏହି ପକ୍ଷୀଟିକୁ ଭଗବାନଙ୍କ ବାହନ ଗରୁଡ ପକ୍ଷୀ ବୋଲି କହି ଫୁଲ ଚନ୍ଦନ ଦେଇ ପୂଜା କରିଥିବାର ଦେଖିବାକୁ ମିଳିଥିଲା। ଜଗନ୍ନାଥ ମନ୍ଦିରରେ ଗରୁଡ ପକ୍ଷୀର ଆବିର୍ଭାବ ଶୁଣି ଆଖପାଖ ଅଞ୍ଚଳର ଅନେକ ଲୋକ ଭିଡ ଜମାଇଥିଲେ ଏହି ପକ୍ଷୀଟିକୁ ଦେଖିବାପାଇଁ ।