Below header

ଶିଳ୍ପାଙ୍କ ସହ ପ୍ରେମ ସମ୍ପର୍କ ଥିବା ଖବରକୁ ନେଇ ମୁହଁ ଖୋଲିଲେ ସିଦ୍ଧାର୍ଥ, କଲେ ଏହି ଖୁଲାସା

ବିଗ୍‌ ବସ୍‌ର ୧୩ ସିଜିନ୍‌ର ଓ୍ଵିନର ସିଦ୍ଧାର୍ଥ ଶୁକ୍ଳା ହେବା ପରେ ମଧ୍ୟ ବିବାଦ ତାଙ୍କ ପଛ ଛାଡିନି। ବିଗ୍‌ ବସ୍‌ ଘରୁ ବାହାରକୁ ଆସିବା ପରେ ମଧ୍ୟ ସେ ବାରମ୍ବାର ଚର୍ଚ୍ଚାରେ ରହିଛନ୍ତି। କିଛି ଦିନ ପୂର୍ବରୁ ବିଗ୍‌ ବସ୍‌ ସିଜିନ୍‌ ୧୧ର ସ୍ୱିନର ଶିଳ୍ପା ସିନ୍ଧେ ସିଦ୍ଧାର୍ଥଙ୍କ ଉପରେ ଅଭିଯୋଗ ଲଗାଇଥିଲେ। ବର୍ତ୍ତମାନ ସେହି ଅଭିଯୋଗକୁ ନେଇ ସିଦ୍ଧାର୍ଥ ଜବାବ୍‌ ଦେଇଛନ୍ତି।

siddarthସିଦ୍ଧାର୍ଥ କହିଛନ୍ତି, ‘‘ମୁଁ ଶିଳ୍ପାଙ୍କୁ ଭଲଭାବେ ଜାଣିଛି। ମତେ ଲାଗୁନି ଶିଳ୍ପା ଏଭଳି ମଣିଷ, ଯିଏ ଏଭଳି ଅଭିଯୋଗ କରିବେ। ମୁଁ ଏବେ ଏବେ ବିଗ୍‌ ବସ୍‌ ଘରୁ ଆସିଛି, ଏହିକାରଣରୁ ମତେ ଏହି ବିଷୟରେ ଅଧିକ କିଛି ଜଣା ନାହିଁ। ପ୍ରଥମେ ର୍ମୁ ଜାଣିବାକୁ ଚାହୁଁଛି ଶିଳ୍ପା ମୋ ବିଷୟରେ କଣ କହିଛନ୍ତି। ’’

sidharth-shilpaସୂଚନା ମୁତାବକ ଶିଳ୍ପା କହିଛନ୍ତି ସେ ସିଦ୍ଧାର୍ଥଙ୍କ ସହ ରିଲେଶନସିପ୍‌ରେ ଥିବା ସମୟରେ ତାଙ୍କୁ ଖରାପ ଅନୁଭବ ହୋଇଥିଲା। ସିଦ୍ଧାର୍ଥ ତାଙ୍କୁ ନେଇ ସୁନିଶ୍ଚିତ ଥିଲେ ଏବଂ ମତେ କିଛି ପ୍ରଶ୍ନ କରିବା ନେଇ ମାଡ ମଧ୍ୟ ମାରୁଥିଲେ। କେବଳ ଏତିକି ନୁହେଁ ସେ ଏହି ଶୋ’ ରେ ସିଦ୍ଧାର୍ଥ ନଜିତିବାର ଇଛା ମଧ୍ୟ ଜାହିର୍‌ କରିଛନ୍ତି। ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ଶୁକ୍ଳା ଓ୍ଵିନର ହେବା ପରେ ସୋସିଆଲ ମିଡିଆରେ ବାରମ୍ବାର ତାଙ୍କ ବିଜୟକୁ ନେଇ ଟ୍ରୋଲ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.