Below header

ଲାଞ୍ଚ ମାଗିବା ପଡିଲା ମହଙ୍ଗା, ସସପେଣ୍ଡ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ VAW

ବଲାଙ୍ଗିର(କେନ୍ୟୁଜ୍): ଲାଞ୍ଚ ମାଗିବା ଅଭିଯୋଗରେ ସସପେଣ୍ଡ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ VAW। ତାଙ୍କ ନାଁ ଶୁଭେନ୍ଦୁ ବେହେରା। ଗତ ବନ୍ୟାରେ ହିତାଧିକାରୀଙ୍କୁ କ୍ଷୟକ୍ଷତି ଟଙ୍କା କରାଇ ଦେବାକୁ କହି ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏସମ୍ପର୍କିତ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଶୁଭେନ୍ଦୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଗତକାଲି କଣ୍ଟାବାଞ୍ଜି ଥାନା ହାବିଲଦାର ସଙ୍କିର୍ତ୍ତନ ପୁଟେଲଙ୍କୁ ସସପେଣ୍ଡ କରାଯାଇଥିଲା। ଏହା 5T ଓ ମୋ ସରକାର କାର୍ଯ୍ୟକ୍ରମର ପ୍ରଭାବ ବୋଲି କହିଛନ୍ତି ବଲାଙ୍ଗିର ଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.