Below header

ଯଦି ଷ୍ଟୋନର ସମସ୍ୟାରୁ ପାଇବାକୁ ଚାଁହୁଛନ୍ତି ମୁକ୍ତି ତାହେଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଆଜିକାଲି ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଷ୍ଟୋନର ସମସ୍ୟା ଦେଖିବାକୁ ମିଳୁଛି । ଏପରି ସ୍ଥଳେ ଯଦି ଆପଣ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାଁହୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କିଛି ଏପରି ଖାଦ୍ୟ ବିଷୟରେ କହିବୁ ଯାହାଠାରୁ ଆପଣଙ୍କୁ ସର୍ବଦା ଦୁରେଇ ରହିବା ଆବଶ୍ୟକ । ଆଜିକାଲି ବ୍ୟସ୍ତବହୁଳ ଜୀବନ ମଧ୍ୟରେ କେହି ନିଜର ଖାଇବା ପିଇବା ଉପରେ ବିଶେଷ ଭାବେ ଧ୍ୟାନ ଦେଇପାରନ୍ତି ନାହିଁ । ଯେଉଁକାରଣରୁ ରୋଗ ଆମ ଶରୀରକୁ ମାଡି ବସିଥାଏ । ସେଥିପାଇଁ ଯଦି ଆପଣ ତଳେ ଦିଆଯାଇଥିବା ଏହିସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖିବେ ତାହେଲେ ଆପଣ ମଧ୍ୟ ଷ୍ଟୋନର ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ପାଳଙ୍ଗ

Image result for palak

ପାଳଙ୍ଗରେ ଓକ୍ସଲେଟ ନାମକ ଏକ ତତ୍ତ୍ୱ ରହିଥାଏ ଯାହାକି କ୍ୟାଲସିୟମ ସହିତ ମିଶି ବାନ୍ଧି ହୋଇଯାଇଥାଏ ଓ ୟୁରିନକୁ ତା ରାସ୍ତାରେ ଯିବାକୁ ଦେଇନଥାଏ । ସେଥିପାଇଁ ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାଁହୁଛନ୍ତି ତାହେଲେ ପାଲଙ୍ଗର ବ୍ୟବହାର ଯେତେ ସମ୍ଭବ କମ କରନ୍ତୁ ।

ଟମାଟୋ

Image result for tomato

ଟମାଟୋର ମଞ୍ଜିରେ ଭରପୁର ମାତ୍ରାରେ ଓକ୍ସଲେଟ ମିଳିଥାଏ । ସେଥିପାଇଁ ଷ୍ଟୋନ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଟମାଟୋରୁ ମଞ୍ଜି ବାହାର କରି ଖାଇବାକୁ ଚେଷ୍ଟା କରନ୍ତୁ ।

ଏହାସହ ପଢନ୍ତୁ ଏହି ପରିବା କରିଥାଏ ସନସ୍କ୍ରିନର କାମ, ଜାଣନ୍ତୁ ବ୍ୟବହାର କରିବାର ସଠିକ ଉପାୟ

ସିଫୁଡ

Image result for sea foods

ସି ଫୁଡସରେ ପ୍ୟୁରିନ ନାମକ ଏକ ତତ୍ତ୍ୱ ରହିଥାଏ ଯେଉଁ କାରଣରୁ ଏହା ଆମ ଶରୀର ଭିତରେ ୟୁରିକ ଏସିଡ ସୃଷ୍ଟି କରିଥାଏ । ୟୁରିକ ଏସିଡ ପାଇଁ ଶରୀରରେ ଷ୍ଟୋନ ହେବାର ସମ୍ଭାବନା ଅନେକାଂଶରେ ବଢ଼ିଯାଇଥାଏ ।

ସୋଡିୟମ

Image result for sodium

ଲୁଣି ଖାଦ୍ୟରେ ସୋଡିୟମ ଅଧିକ ମାତ୍ରାରେ ମିଳିଥାଏ । ତେଣୁ ଅଧିକ ମାତ୍ରାରେ ଲୁଣି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଷ୍ଟୋନର ସମସ୍ୟା ବଢି ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.