Below header

ଅବଢ଼ା ଆଉ ଅଧିକ ଟଙ୍କାରେ ହେବ ନାହିଁ ବିକ୍ରି, ଲାଗିବ ରେଟ୍ ଚାର୍ଟ

ପୁରୀ(କେନ୍ଯୁଜ୍) : ଏଣିକି ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅବଢ଼ାର ରେଟ ଚାର୍ଟ ଚିତ୍ର ସହ ମରାଯିବ । ଏଥିପାଇଁ ସୁଆର ମହାସୁଆର ନିଯୋଗ ଏକ ଦର ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ଦେଇସାରିଛି । ସେହିପରି ଭକ୍ତଙ୍କ ସୁବିଧା ପାଇଁ ମହାପ୍ରସାଦ ଥାଳିର ମଧ୍ୟ ବ୍ୟବସ୍ଥା କରାଯିବ । ଭକ୍ତମାନେ ମହାପ୍ରସାଦର ବିଭିନ୍ନ ଥାଳି ପତ୍ର ମାଧ୍ୟମରେ ପାଇପାରିବେ । ସେଥିପାଇଁ ନିର୍ଦ୍ଦିଷ୍ଟ ଭାବେ ୭୦, ୮୦ ଓ ୧୨୦ ଟଙ୍କା ବିଭିନ୍ନ ଥାଳି ମହାପ୍ରସାଦ ବିକ୍ରି କରାଯିବ ।

mahaprasad

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସେହିପରି ଆନନ୍ଦବଜାରରେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବ । ଏହି ଅଭିଯୋଗ ପ୍ରକୋଷ୍ଠରେ ଭକ୍ତମାନେ ମହାପ୍ରସାଦର ଦର ଓ ମାନ ସଂପର୍କରେ ମଧ୍ୟ ଅଭିଯୋଗ କରିପାରିବେ । ତାଛଡ଼ା ଆନନ୍ଦବଜାରରେ ମହାପ୍ରସାଦ ବିକ୍ରୀ ପାଇଁ ସେଡ୍‌ ସହ ପରିମଳ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଅଣାଯିବ । ରୋଷଘର, ଆନନ୍ଦବଜାରରକୁ ଶୃଙ୍ଖଳିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସବୁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.